ଓଡ଼ିଆରେ ଇଞ୍ଜିନିୟରିଂ ପାଠ୍ୟକ୍ରମ : ଏଆଇସିଟିଇ,ଓଡ଼ିଆ ବିଶେଷଜ୍ଞଙ୍କ ଆଲୋଚନା

0
  • କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର କହିଲେ, ଓଡ଼ିଆ ସହ 11 ଭାଷାରେ ପଢ଼ାଯିବ
  • ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲାଙ୍ଗୁଏଜ୍ ଟ୍ରାନ୍ସଲେସନ ଟୁଲ୍ ବ୍ୟବହାର ହେବ
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ ଏଆଇସିଟିଇ ଏବଂ ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ମଧ୍ୟରେ ଆଲୋଚନା ହୋଇଥିଲା I

• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱବାଧାନରେ ଏଆଇସିଟିଇ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ଅନୁବାଦ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।

  • ଦେଖନ୍ତୁ ନିର୍ଯାସ
  • ++++++++++

• ଏହି ପୃଷ୍ଠଭୂମିରେ ଇଞ୍ଜିନିୟରିଂ ପାଠ୍ୟକ୍ରମକୁ ଓଡ଼ିଆରେ ଅନୁବାଦ କରିବା ନେଇ ଏଆଇସିଟିଇ ଏବଂ ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଚର୍ଚ୍ଚା ଆଲୋଚନା ହୋଇଯାଇଛି।

• ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଲାଙ୍ଗୁଏଜ୍ ଟ୍ରାନ୍ସଲେସନ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ତଥା ଡ଼ିପ୍ଲୋମା ପାଠ୍ୟକ୍ରମକୁ କିପରି ଭାବରେ ଶୀଘ୍ର ଓଡ଼ିଆରେ ଅନୁବାଦ କରାଯିବ – ସେ ନେଇ ବୈଠକରେ ବିଶେଷ ଭାବରେ ଗୁରୁତ୍ୱ ଦିଆଯାଇଛି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଆଇସିଟିଇର ତ୍ୱରିତ ପଦକ୍ଷେପ ପାଇଁ ଟ୍ୱିଟ୍ ଯୋଗେ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ଜା ଦ୍ୱାରା ନିଆଯାଉଥିବା ପଦକ୍ଷେପ ପ୍ରଶଂସନୀୟ । ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବ । ବିଶେଷ ଭାବରେ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି ।

• ଓଡ଼ିଆ ସମେତ ଦେଶର 11ଟି ଆଞ୍ଚଳିକ ଭାଷାରେ ବି.ଟେକ୍ ପାଠ୍ୟକ୍ରମକୁ ପଢ଼ାଇବା ପାଇଁ ଅଲ୍ ଇଣ୍ଡିଆ କାଉନସିଲ ଫର୍ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଛି । ଏହି ଆଞ୍ଚଳିକ ଭାଷା ଗୁଡ଼ିକ ହେଉଛି ହିନ୍ଦୀ, ଓଡ଼ିଆ, ମରାଠୀ, ତାମିଲ, ତେଲୁଗୁ, କନ୍ନଡ,ଗୁଜରାଟି, ମାଲାୟାଲାମ, ବେଙ୍ଗଲୀ, ଆସାମୀ ଏବଂ ପଞ୍ଜାବୀ ।

• ଏଆଇସିଟିଇକୁ ବ୍ୟବହାର କରି ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡ଼ିଆ ଭାଷା ଏବଂ ଗବେଷଣା କେନ୍ଦ୍ରର ସହଯୋଗରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟୁଲ୍ ବ୍ୟବହାର କରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଥିବା ଇଂରାଜି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବ । ବିଶ୍ୱମାନର ବୈଜ୍ଞାନିକ ଏବଂ ବୈଷୟିକ ଶବ୍ଦାବଳିକୁ ଇଂରାଜୀ ଏବଂ ଓଡ଼ିଆ ଭାଷା ସହ ଭାରତୀୟ ଭାଷାରେ ଅନୁବାଦ କରାଯାଇ ପୁସ୍ତକ ପ୍ରକାଶନ କରାଯିବ ।

• ବର୍ତ୍ତମାନ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଇଞ୍ଜିନିୟର ହେବା ସ୍ୱପ୍ନରେ ଭାଷା ପ୍ରତିବନ୍ଧକ ସାଜିବ ନାହିଁ । ଗଣିତ ଇଞ୍ଜିନିୟରିଂ ଏବଂ ବୈଜ୍ଞାନିକ ଶବ୍ଦାବଳିକୁ ଓଡ଼ିଆ ଭାଷାରେ ଅନୁବାଦ କରାଯିବ ।

• ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶା ପାଇଁ ଏହି ପଦକ୍ଷେପ ଗୌରବର ବିଷୟ । ଇଞ୍ଜିନିୟରିଂ ପାଠକୁ ଓଡ଼ିଆ ଭାଷାରେ ପଢ଼ାଗଲେ ଗରିବ, ଦଳିତ ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀମାନେ ବିଶେଷ ଭାବରେ ଉପକୃତ ହେବେ ।

• ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ସୁହାଇଲା ଭଳି ଶ୍ରେଣୀଗୃହରେ ପ୍ରତ୍ୟେକ ବିଷୟରେ ଶିକ୍ଷା ଦାନ, ଭିଡ଼ିଓ ଏବଂ ବିଷୟର ଥିବା ସ୍ଲାଇଡ଼କୁ ଅନୁବାଦ କରାଯିବ ।

• ରାଷ୍ଟ୍ର ଏବଂ ଅନ୍ତରାଷ୍ଟ୍ରୀୟ ସ୍ତରର ଗବେଷଣା, ନବସୃଜନ ଉପରେ ଆଧାରିତ ଇଂରାଜିରେ ପ୍ରକାଶିତ ବୈଜ୍ଞାନିକ ଜର୍ଣ୍ଣାଲକୁ ଓଡ଼ିଆରେ ପ୍ରଦାନ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି । ପ୍ରତ୍ୟେକ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ରୋଜଗାର ସୁଯୋଗ ଦେବା ଭାରତ ସରକାରଙ୍କ ଲକ୍ଷ୍ୟ ।

• ସୂଚନାଯୋଗ୍ୟ, ଶିକ୍ଷା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଓଡ଼ିଶାର ଅଧିକାଂଶ ଜିଲ୍ଲା ପଛୁଆ ଜିଲ୍ଲା ଭାବରେ ପରିଗଣିତ ଏବଂ ଜାତୀୟ ଶିକ୍ଷା ନୀତି 2020 ଓଡ଼ିଶାର ଶିକ୍ଷା ବ୍ୟବସ୍ଥାକୁ ସର୍ବୋତ୍ତମ କରିବ ।

• ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା)ର ସଭାପତି ବିନୋଦ ଦାସ ଏଆଇସିଟିଇର ନିଷ୍ପତିକୁ ସ୍ୱାଗତ କରିବା ସହ କହିଛନ୍ତି ଯେ ଇଞ୍ଜିନିୟରିଂ କଲେଜରେ ଅଧିକାଂଶ ଛାତ୍ରଛାତ୍ରୀ ଓଡ଼ିଆ ସ୍କୁଲରୁ ଆସନ୍ତି ଏବଂ ଏହି ପଦକ୍ଷେପ ସେମାନଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବାରେ ସହାୟକ ହେବ ।

Leave A Reply

Your email address will not be published.