ବରିଷ୍ଠ ଓଏଏସ୍ ଅଦଳବଦଳ,୩ଙ୍କୁ ଅତିରିକ୍ତ ସଚିବ

0

ଭୁବନେଶ୍ୱର//ତତ୍କାଳ ଓଡିଶା//

ତିନି ବରିଷ୍ଠ ଓଏଏସ୍ ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି । ସେହିପରି ୧୧ ପ୍ରଶାସନିକ ଅଧିକାରୀ( ଓଏଏସ୍‌)ଙ୍କ ସ୍ତରରେ ଅଦଳବଦଳ ହୋଇଛି । 
 ମଙ୍ଗଳବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅତିରିକ୍ତ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ତିନି ବରିଷ୍ଠ ଓଏଏସ୍‌ମାନେ ହେଉଛନ୍ତି କବିନ୍ଦ୍ର କୁମାର ସାହୁ, ଆରାଧନା ଦାସ ଓ ବିଧୂଭୂଷଣ ମିଶ୍ର । ଗଞ୍ଜାମର ଏଡିଏମ୍ ଥିବା କବିନ୍ଦ୍ର କୁମାର ସାହୁ ନିଜ ପଦବୀରେ ରହି କାର୍ଯ୍ୟ ସମ୍ପାଦନ କରିିବେ । ସେହିପରି ଆରାଧନା ଦାସ ଓଡ଼ିଶା ରାଜ୍ୟ ହାଉସିଂବୋର୍ଡର ଲ୍ୟାଣ୍ଡ ଅଫିସର ଏବଂ ଗୃହ ବିଭାଗରେ ଯୁଗ୍ମ ସଚିବ ଥିବା ବିଧୂଭୂଷଣ ମିଶ୍ର ଭାବେ ନିଜ ପଦବୀରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପ୍ରକାଶ ଯାଏ କାର୍ଯ୍ୟ ତୁଲାଇବେ । 
 ଅନ୍ୟପକ୍ଷରେ ୧୧ ଓଏଏସ୍ ବଦଳି ହୋଇଛନ୍ତି । ସେମାନେ ହେଉଛନ୍ତି ମହେଶ କୁମାର ଚୌଧୁରୀ, ଇନ୍ଦ୍ରମଣୀ ନାୟକ, ଅଗଣୀ ଚରଣ ପାତ୍ର, ସମ୍ବିତ କୁମାର ନାୟକ, ଦୂର୍ଗା ପ୍ରସାଦ ମହାରଣା, ସଂଗ୍ରାମ କେଶରୀ ପଣ୍ଡା,ମୈତ୍ରେୟୀ ଭଟ୍ଟାଚାର୍ଯ୍ୟ, ରଜନୀ କୁମାର ସ୍ୱାଇଁ, ସୋମନାଥ ପ୍ରଧାନ,ପଦ୍ମନାଭ ବେହେରା ଓ ଧର୍ମେନ୍ଦ୍ର ବେହେରା ।

Leave A Reply

Your email address will not be published.