ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା
- ମେ ୬ ଯାଏ ପରୀକ୍ଷା ଚାଲିବ
- ନିଜ ସ୍କୁଲରେ ପରୀକ୍ଷା ପରିଚାଳନା
- ପାଖ ସ୍କୁଲ ଶିକ୍ଷକ ନିୟୋଜିତ ହେବେ
ଭୁବନେଶ୍ୱର//TATKAL ODISHA//:
ଏପ୍ରିଲ୍ ୨୯ରୁ ମାଟ୍ରିକ ପରୀକ୍ଷା ହେବ I ତାହା ମେ ୬ ଯାଏ ଚାଲିବ I
ଶୁକ୍ରବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ଯେ,ଅଭିଭାବକ ସଂଘ ଏବଂ ମାଧ୍ୟମିକ ଶିକ୍ଷକ ପରିଷଦ ମଧ୍ୟରେ ଆଲୋଚନା ପରେ ସରକାରୀସ୍ତରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି I
ଚଳିତ ଥର ସମେଟିଭ୍-୧ ପରୀକ୍ଷା ଶେଷ ହୋଇଥିବା ବେଳେ ଏଥର ସମେଟିଭ୍-୨କୁ ବାଧ୍ୟତାମୂଳକ କରାଯାଇଛି । ସମେଟିଭ୍-୩ ପରୀକ୍ଷା ମଧ୍ୟ ହେବ I ଏହି ୩ଟି ପରୀକ୍ଷାର ସମସ୍ତ ମାର୍କକୁ ଭିତ୍ତି କରି ମୂଲ୍ୟାୟନ କରାଯିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ପରୀକ୍ଷା ହେବ ଏବଂ ପ୍ରତିଦିନ ଦୁଇଟି ବିଷୟ ଅପେକ୍ଷା ଗୋଟିଏ ଲେଖାଏଁ ପରୀକ୍ଷା କରାଯିବ I
ଶ୍ରୀ ମହାପାତ୍ର କହିଛନ୍ତି ଯେ,ପରୀକ୍ଷା ଗୁଡ଼ିକ ନିଜ ସ୍କୁଲ୍ରେ ପରୀକ୍ଷା କରାଯିବ I ଯଦି ନିଜ ସ୍କୁଲ୍ରେ କିଛି ଅସୁବିଧା ହୁଏ ତାହେଲେ ନିକଟବର୍ତ୍ତୀ ସ୍କୁଲ୍ରେ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି I ହେଲେ ପରୀକ୍ଷା ପରିଚାଳନା ପାଇଁ ଅନ୍ୟ ସ୍କୁଲ୍ର ଶିକ୍ଷକମାନେ ନିୟୋଜିତ ହେବେ ।