ବିଜ୍ଞପ୍ତି ପୂର୍ବରୁ ‘ବିକ୍ରି ଚକ ଜମି’ ବି ବୈଧ

0
  • ଦୀର୍ଘ ଦିନର ସମସ୍ୟା ସମାଧାନ କଲେ ସରକାର : ଏସିଏସ
  • ୧୯୭୨ର ଆଇନ ଅନୁସାରେ ଅବୈଧ ଥିଲା, ଏବେ ସମ୍ଭବ
  • ଭୁବନେଶ୍ୱର//TATKAL ODISHA //

ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଛି I ରାଜ୍ୟ ସରକାର ଏନେଇ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି I

  • ବୈଧ ହୋଇଛି ରାଜ୍ୟରେ ଚକଜମିର ବିକ୍ରି ଓ ବିଭାଜନ I
    ଏଥିଯୋଗୁଁ ଉପକୃତ ହୋଇଛନ୍ତି ୮ ହଜାର ଗାଁର ଲକ୍ଷାଧିକ ଲୋକ
    I

୧୯୭୨ର ଆଇନ ଅନୁସାରେ ଅବୈଧ ଥିଲା I ବିଧାନସଭାରେ
ସଂଶୋଧିତ ବିଧେୟକ ପାରିତ ହେବା ପରେ ଅଧିନିୟମ ନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଯାଉଛି I

TATKAL ODISHAକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଯେ, ଦୀର୍ଘ ଦିନର ସମସ୍ୟାକୁ ରାଜ୍ୟ ସରକାର ସମାଧାନ କରିଛନ୍ତି I ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଏସବୁ ସମ୍ଭବ ହୋଇଛି I ଏଥିଯୋଗୁଁ ରାଜ୍ୟରେ ଲକ୍ଷାଧିକ ଲୋକ ଉପକୃତ ହେଉଛନ୍ତି I ତେବେ ଗୋଟିଏ କଥା ସ୍ପଷ୍ଟ ଯେ ପୂର୍ବରୁ ବିକ୍ରି ହୋଇଥିବା ଚକ ଜମି ବି ବୈଧ ଗଣନା ହେବ I”


Leave A Reply

Your email address will not be published.