ଉତ୍କଳ ସମ୍ମିଳନୀ ଗଠନର ତିନି ଦଶନ୍ଧି ପରେ ‘ସ୍ୱତନ୍ତ୍ର ଓଡ଼ିଶା’

0
  • ଦେଖନ୍ତୁ..ସତ୍ୟବ୍ରତ ସାହୁଙ୍କ କଣ୍ଠରେ “ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ”
  • ସମ୍ବଲପୁର, ଭୁବନେଶ୍ୱର//TATKAL ODISHA//

ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ପ୍ରାୟ ତିନି ଦଶନ୍ଧି ପରେ  ସ୍ୱତନ୍ତ୍ର ରାଜ୍ୟ ଗଠନ ସମ୍ଭବ ହୋଇଥିଲା I  

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ତାର ପୂର୍ଣ୍ଣ ରୂପ I 

 ଯେଉଁମାନଙ୍କ ଆନ୍ଦୋଳନ ପାଇଁ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହୋଇଛି ସେମାନେ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ବ୍ୟାସକବି ଫକୀର ମୋହନ ସେନାପତି, ସ୍ଵଭାଵ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ, କବି ନୀଳକଣ୍ଠ ଦାସ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଭଳି ବହୁ ନେତୃବୃନ୍ଦ I 

ଏପ୍ରିଲ ପହିଲା ୧୯୩୬ରେ  ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । 

“ସାର ଅଷ୍ଟିନ ହବାକ ହେଲେ ଓଡ଼ିଶାର ପ୍ରଥମ  ରାଜ୍ୟପାଳ”

 ସାର ଅଷ୍ଟିନ ହବାକ ହେଲେ ଓଡ଼ିଶାର ପ୍ରଥମ  ରାଜ୍ୟପାଳ। ପ୍ରଥମେ ଓଡ଼ିଶାରେ ପାଞ୍ଚଟି ଜିଲ୍ଲା ଥିଲା I ଓଡ଼ିଶାର ଜିଲ୍ଲା ସଂଖ୍ୟା ୧୩ କରିଥିଲେ I 

୧୯୯୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପୁନର୍ବିଭାଜନ କରି ଓଡ଼ିଶାକୁ ଜିଲ୍ଲା ସଂଖ୍ୟା ୩୦ କରିଥିଲେ। 

ସେଥିପାଇଁ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଉଛି  । 

  • ଏହି ଅବସରେ..ଦେଖନ୍ତୁ..ସତ୍ୟବ୍ରତ ସାହୁଙ୍କ କଣ୍ଠରେ “ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ”

  • କଣ୍ଠ : ସତ୍ୟବ୍ରତ ସାହୁ
  • ସଂଗୀତ : ବିଜୟ ଜେନା
  • ଗୀତ : ଅରୁଣ ମନ୍ତ୍ରୀ

Leave A Reply

Your email address will not be published.