ଉତ୍କଳ ଦିବସରେ ବିଶ୍ୱଭୂଷଣଙ୍କ ଆହ୍ୱାନ, ଆସନ୍ତୁ ଆଉ ଥରେ ନେବା ‘ସଂକଳ୍ପ’
ଭୁବନେଶ୍ୱର // TATKAL ODISHA//
ଉତ୍କଳ ଦିବସରେ ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଶୁଭେଚ୍ଛା ବାର୍ତ୍ତା ଦେବା ସହ ନୂଆ ଓଡ଼ିଶା ଗଠନ ପାଇଁ ଆଉ ଥରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି I
TATKAL ODISHA ଜରିଆରେ ଶ୍ରୀ ହରିଚନ୍ଦନ ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ “ଉତ୍କଳ ଦିବସ”ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l
ସେ କହିଛନ୍ତି ଯେ, ଓଡିଶା ତାର ଭାଷା, ସଂସ୍କୃତି, ଐତିହ୍ୟ, ଅସ୍ମିତା, ପ୍ରଥା, ପରମ୍ପରା, ଗର୍ବ, ଗୌରବ, ସୌର୍ଯ୍ୟ, ବୀର୍ଯ୍ୟ, ସୌଜନ୍ୟତା, ମଠ, ମନ୍ଦିରର ମହାନତା ପାଇଁ ସ୍ୱତନ୍ତ୍ରତା ରହିଛି। ଏଥିପାଇଁ ଆମେ ନିଜକୁ ଗର୍ବିତ ଅନୁଭବ କରୁ l

ଏହି ମହାନ ଜାତି 1936 ମସିହା ଆଜିର ଦିନରେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭକରିଥିଲା। ଯେଉଁମାନଙ୍କ ତ୍ୟାଗ ଓ ତପସ୍ୟା ପାଇଁ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନ ହୋଇପାରିଛି ସେହି ମହାପୁରୁଷ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣୀ ଗୋପବନ୍ଧୁ ଦାସ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଭଳି ବହୁ ମାତୃଭକ୍ତ ଓ ଦେଶଭକ୍ତ ସଂଗ୍ରାମୀ ବୀରପୁତ୍ରମାନଙ୍କୁ ଆଜିର ଦିବସରେ ମୁଁ ମୋର ଶ୍ରେଷ୍ଠ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଆମେ ଆମ ଓଡ଼ିଶାର ଭାଷା, ଅସ୍ମିତା, ଗର୍ବ ଓ ଗର୍ବିତ ସାମରିକ ପରମ୍ପରା, ଦିଅଁ ଦେଉଳର ଏତିହ୍ୟ, କଳାକାରିଗରୀର ମହାନତାକୁ ଆହୁରି ସମୃଦ୍ଧ, ସୁଦୃଢ ଓ ସଂରକ୍ଷଣ କରିବା ପାଇଁ ଆଜିର ଦିବସରେ ସଂକଳ୍ପ ନେବା ପାଇଁ ଆହ୍ୱାନ କରୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି I
- ଦେଖନ୍ତୁ… ଦେଶାତ୍ମବୋଧ ଗୀତ..ଓ ବିସ୍ତୃତ ରିପୋର୍ଟ….JUST TOUCH
// UTKAL DIVAS //
ଉତ୍କଳ ସମ୍ମିଳନୀ ଗଠନର ତିନି ଦଶନ୍ଧି ପରେ “ସ୍ୱତନ୍ତ୍ର ଓଡ଼ିଶା”