ଇହଜଗତରେ ନାହାନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ

0
  • ଭୁବନେଶ୍ୱର//TATKAL ODISHA//

ବିରୋଧୀ ଦଳ ଉପନେତା ତଥା ବିଜେପି ଧାମନଗର ବିଧାୟକ ଵିଷ୍ଣୁ ଚରଣ ସେଠୀ ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା I


ସ୍ବର୍ଗତ ସେଠୀ କିଡନି ଜନିତ ରୋଗରେ ପୀଡିତ ହୋଇ ମାସେ ହେଲା ଏମ୍ସ ଭୁବନେଶ୍ଵରରେ ଚିକିତ୍ସିତ ହେଉଥିଲେ । ସେଠାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ୱେ ସେ ବଞ୍ଚିପାରି ନ ଥିଲେ I

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I ବିଜେପି ତଥା ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ବିଶେଷ ତାଙ୍କୁ ଶେଷ ଦର୍ଶନ କରି ପୂଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି I

ସ୍ବର୍ଗତ ସେଠୀଙ୍କ ଜନ୍ମ: ୫ ଜୁନ ୧୯୬୧ I 

ଜଣେ ଓଡ଼ିଆ ସାହିତ୍ୟିକ ଏବଂ ରାଜନୀତିଜ୍ଞ ।

ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଜୀବନରେ ଶେଷ ଯାଏ ସକ୍ରିୟ ଥିଲେ ।  

 ସ୍ବର୍ଗତ ବିଷ୍ଣୁ ଚରଣ ସେଠୀ ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଓ ଆଗଧାଡିର ନେତା ଥିଲେ। ୨୦୦୦ରେ ସେ ଚାନ୍ଦବାଲି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୨୦୦୦ ମସିହାରୁ ୨୦୦୪ ମସିହାରେ ନବୀନ ପଟ୍ଟନାୟକଙ୍କର ସରକାର ଭଙ୍ଗ ହେବାଯାଏଁ କାର୍ଯ୍ୟ କରିଥିଲେ ।

ବିଧାନସଭା ଯିବାକୁ ମୋର ଇଚ୍ଛା ନାହିଁ, ସେଠାରେ କିଛି ଶିଖିବାର ନାହିଁ। କେବଳ ଜଣେ ବିଧାୟକ ନରସିଂହ ମିଶ୍ର ଅଛନ୍ତି ଯାହାଙ୍କଠାରୁ କିଛି ଶିଖିହୁଏ’

ନିକଟରେ ବିଷ୍ଣୁ ସେଠୀ ଏଭଳି ବିବୃତି ଦେଇଥିବା ଶୁଣି ଆଶ୍ଚର୍ଯ୍ୟ ହୋଇଥିଲି, କହିଲେ ନରସିଂହ ମିଶ୍ର

  • ସଫଳ ରାଜନେତା

୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ହରାଇ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଝୁରୁଛି ଧାମନଗର… ଝୁରୁଛି ଓଡ଼ିଶା

Leave A Reply

Your email address will not be published.