ଇସ୍କନର ଦୌରାତ୍ମ୍ୟ ଜାରି: ଚେଲେମ୍ସଫର୍ଡରେ ଅଦିନିଆ ରଥଯାତ୍ରା

0

  • ଭୁବନେଶ୍ୱର//TATKAL ODISHA//

ଆନ୍ତର୍ଜାତୀୟ କୃଷ୍ଣ ଚେତନା ସମାଜ (ଇସ୍କନ)ର ଦୌରାତ୍ମ୍ୟ ଜାରି ରହିଛି I ଚେଲେମସ୍ପର୍ଡରେ ଅଦିନିଆ ରଥଯାତ୍ରା କରି ଉକ୍ତ ସଂସ୍ଥା ପୁଣି ଥରେ ବିବାଦରେ ଫସିଛି I ଏନେଇ ଓଡିଶା ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ନିଜେ ଗଜପତି ମହାରାଜା ଜରୁରୀ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି I

ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର ଓ ନିଆରା I ବାର ମାସରେ ତେର ପର୍ବ I ଏହା କେବେ ବି ବିଚ୍ୟୁତି ହୋଇ ପାରିବ ନାହିଁ

   ଓଡ଼ିଆ ଜାତିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ I ତାଙ୍କର ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର ଓ ନିଆରା I ବାର ମାସରେ ତେର ପର୍ବ I ଏହା କେବେ ବି ବିଚ୍ୟୁତି ହୋଇ ପାରିବ ନାହିଁ I 

 ଇସ୍କନ ଭଳି ଧର୍ମ ସଂସ୍ଥା ତାହା କରୁଛି I ଅତୀତରେ

ଵିଧି ପରମ୍ପରାର ଉଲ୍ଲଘଂନ କରିବା ସହ ଅଦିନିଆ ରଥଯାତ୍ରା ଆୟୋଜନ କରିଥିଲାବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଗଜପତି ମହାରାଜା ହସ୍ତକ୍ଷେପ ଯୋଗୁଁ ତାହା ବନ୍ଦ ହୋଇଥିଲା I ଏବେ ପୁଣି ସମାନ ଅବସ୍ଥା I

ପୁଣି ଇସ୍କନ ଆମ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ ଭ୍ରଷ୍ଟ କରିବା ପାଇଁ ବଡ଼ ଧରଣର ଚକ୍ରାନ୍ତ କରିଥିବା ଅଭିଯୋଗ ହୋଇଛି I 

“ଜଗନ୍ନାଥଙ୍କ ହଜାର ହଜାର ବର୍ଷର ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସ୍ୱତନ୍ତ୍ର ଓ ନିଆରା I ଏହା କେବେ ବି ବିଚ୍ୟୁତି ହୋଇ ପାରିବନାହିଁ”.. 

ଚେଲେମସ୍ପର୍ଡରେ ଆନ୍ତର୍ଜାତୀୟ କୃଷ୍ଣ ଚେତନା ସମାଜ (ଇସ୍କନ) 18 ମଇ 2025ରେ ଅଦିନିଆ ରଥଯାତ୍ରା ଆୟୋଜନ କରିଛି I ଏଥିପାଇଁ ନୂଆ ବିବାଦର ସମ୍ମୁଖୀନ ହୋଇଛି ଉକ୍ତ ସଂସ୍ଥା I 

 ରଥଯାତ୍ରା ଦିନ ୧୨ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ହେବ I

ବେଲ୍ ମେଡୋ ପାର୍କରୁ ସେଣ୍ଟ୍ରାଲ୍ ପାର୍କ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରେ ମାଗଣା ପ୍ରସାଦ ବାଣ୍ଟିବାର ବ୍ୟବସ୍ଥା ହୋଇଛି I 

ଉଲ୍ଲେଖନୀୟ ଯେ, ଦିଘା ଜଗନ୍ନାଥ ମନ୍ଦିର ଓ ‘ଧାମ’ ବିବାଦରେ ବି ଇସ୍କନ ସାମିଲ ରହିଛି I କାରଣ ମନ୍ଦିର ଟ୍ରଷ୍ଟ ବୋର୍ଡରେ ଇସ୍କନ ସଭ୍ୟ ରହିଛି I

Leave A Reply

Your email address will not be published.