ଇଣ୍ଡୋନେସିଆ ଗସ୍ତରେ ପ୍ରଦୀପ ଜେନା

0
  • ମଇ 29ରେ ଫେରିବେ

ଭୁବନେଶ୍ୱର//TATKAL ODISHA//

ଦୀର୍ଘ ଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ବରିଷ୍ଠ IAS,ରାଜ୍ୟ ଉନ୍ନୟନ କମିଶନର ତଥା ରିଲିଫ କମିଶନର ପ୍ରଦୀପ କୁମାର ଜେନା I

ଶ୍ରୀ ଜେନା TATKAL ODISHAକୁ ଏହି ସୂଚନା ଦେଇଛନ୍ତି I ସେ କହିଛନ୍ତି ଯେ , ଇଣ୍ଡୋନେସିଆର ବାଲିରେ International Conference on Disaster (Conference -5)ରେ ଯୋଗଦାନ କରିବାକୁ ଯାଉଛି I ସେଠାରେ ତାହା ମଇ 23ରୁ ମଇ 28 ଚାଳିବ I ଏହାର ଗୋଟିଏ ଦିନ ପରେ ଅର୍ଥାତ ମଇ 29ରେ ବାଲିରୁ ଓଡ଼ିଶା ଫେରିବି I

ତେବେ ଏହି ସରକାରୀ ଗସ୍ତ ସମୟରେ ଶ୍ରୀ ଜେନା ବିପର୍ଯ୍ୟୟ ପରିଚାଳନା ଉପରେ ହେବାକୁ ଥିବା ଅନ୍ତର୍ଜାତୀୟ ବୈଠକରେ ଓଡ଼ିଶାର ସଫଳତା ଉପରେ ବିସ୍ତୃତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି I

ଏଥିସହ ମତ୍ସ୍ୟ ଉତ୍ପାଦନ, ଜଳ ପରିବହନ ଓ ଜଳସେଚନ ଆଦି kichhi ବିଷୟରେ ଆଲୋଚନା କରିବାର ସମ୍ଭାବନା ରହିଛି I

Leave A Reply

Your email address will not be published.