ବିରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟିଙ୍କୁ ଇଓଡବ୍ଲ୍ୟୁ ନୋଟିସ
ଭୁବନେଶ୍ୱର//TATKAL ODISHA//
ପୂର୍ବତନ ‘ସମ୍ବାଦ’ର ରିପୋର୍ଟର ଏବଂ ବର୍ତ୍ତମାନର ଓଡ଼ିଶା ରିପୋର୍ଟର ମୁଖ୍ୟ ଦେବେନ୍ଦ୍ର ପୃଷ୍ଟିଙ୍କୁ ଇଓଡବ୍ଲ୍ୟୁରେ ହାଜର ହେବା ପାଇଁ ଚିଠି ନମ୍ବର 3972/EOW, DT- 27.09.2023 ଭିତ୍ତିରେ ନୋଟିସ୍ ଜାରି ହୋଇଛି ।
ସମ୍ବାଦ ଋଣ ଉଠା ମାମଲାରେ କେସ୍ ନଂ-୨୪ର ଆଇପିସି ଧାରା ୫୦୬/୪୬୭/୪୬୮/ ୪୭୧/୪୨୦/୧୨୦-ବି ଭିତ୍ତିରେ ତଦନ୍ତ କରୁଥିବା ଇଓଡବ୍ଲ୍ୟୁ ଦେବେନ୍ଦ୍ରଙ୍କୁ ପୂର୍ବତନ କର୍ମଚାରୀ ହିସାବରେ କିଛି ପ୍ରଶ୍ନ ପଚରାଯିବା ଉଦେଶ୍ୟରେ ଡକା ଯାଇଥିବା କୁହାଯାଉଛି I
ଇଓଡବ୍ଲ୍ୟୁ ଡାକିବା ପରେ ଦେବେନ୍ଦ୍ର ନିଜର ପକ୍ଷ ରଖିଥିବା ଚର୍ଚ୍ଚା ଜୋର ଧରିଛି ।
ହେଲେ ତାହା ଅନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ I