ଇଂରାଜୀ-ଓଡ଼ିଆ ଭାଷାରେ ନୂଆ ଦ୍ୱିଭାଷୀ ପତ୍ରିକା ‘ପୂର୍ବୋଦୟ’

0

  • ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି, ଇତିହାସ ଉପରେ ଆଲୋକପାତ କଲେ କେନ୍ଦ୍ରମନ୍ତ୍ରୀ
  • ପୂର୍ବୋଦୟକୁ ତୃଣମୂଳ ସ୍ତରରେ ଆଲୋଚନା କରୁଥିବାରୁ ଆଇଏସ୍‌ସିଏସ୍‌କୁ ଶୁଭେଚ୍ଛା
  • – ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ପୂର୍ବ ରାଜ୍ୟ ସମୂହର ବିକାଶ ପାଇଁ ନିରନ୍ତର ଉଦ୍ୟମ ଜାରି
  • ଶିକ୍ଷାରେ ଆମର ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍‌
  • ନୂଆଦିଲ୍ଲୀ/ଭୁବନେଶ୍ୱର//TATKAL ODISHA//


 ନବସୃଜନ ଓ ପ୍ରଯୁକ୍ତିବିଦ୍ୟା ପ୍ରତି ଆମର ଦୃଷ୍ଟିକୋଣକୁ ପୁନଃବିଚାର କରିବାକୁ ହେବ । ପୂର୍ବ ଭାରତ ତଥା ଦେଶକୁ ଆତ୍ମନିର୍ଭର କରିବା ଏବଂ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବା ପାଇଁ ଥିବା ଆହ୍ୱାନଗୁଡ଼ିକୁ ସୁଯୋଗରେ ପରିଣତ କରିବାକୁ ହେବ ।
 ଶୁକ୍ରବାର ଭର୍ଚ୍ଚୁଆଲ ପ୍ଲାଟ୍‌ଫର୍ମ ଜରିଆରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଓ ସାଂସ୍କୃତିକ ଅଧ୍ୟୟନ ପ୍ରତିଷ୍ଠାନ(ଆଇଏସସିଏସ)ର ଇଂରାଜୀ ଓ ଓଡ଼ିଆ ଭାଷାରେ ନୂଆ ଦ୍ୱିଭାଷୀ ପତ୍ରିକା ‘ପୂର୍ବୋଦୟ-ଦି ରାଇଜ୍ ଅଫ୍ ଅପରଚ୍ୟୁନିଟି’ର ଉନ୍ମୋଚନ ଉତ୍ସବରେ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ପରିବର୍ତ୍ତିତ ଦୃଶ୍ୟପଟ୍ଟରେ ଜ୍ଞାନ ଏବଂ ବୈଷୟିକ ହିଁ ସାମାଜିକ-ଆôର୍ଥକ ପରିବର୍ତ୍ତନର ନୂଆ ମାଧ୍ୟମ । ଏହାକୁ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ୱ ଦେଉଛନ୍ତି ।
 ଶ୍ରୀ ପ୍ରଧାନ ପୂର୍ବ ଭାରତର ସମୃଦ୍ଧ ସଂସ୍କୃତି ଏବଂ ଇତିହାସ ଉପରେ ଆଲୋକପାତ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ତ୍ୱରେ ପୂର୍ବ ରାଜ୍ୟ ସମୂହଗୁଡ଼ିକର ବିକାଶ ପାଇଁ ନିରନ୍ତର ଉଦ୍ୟମ କରାଯାଉଛି । ଦେଶରପୂର୍ବ ଭାରତ ଅପାର ସମ୍ଭାବନାରେ ପରିପୂର୍ଣ୍ଣ । ଖଣିଜ, ଉର୍ବର ଜମି ଏବଂ ଅନ୍ୟ ସବୁ ପ୍ରାକୃତିକ ସମ୍ବଳର ଅଭାବ ନଥିବା ପୂର୍ବା ଭାରତର ବିକାଶ ଦିଗରେ ଆଗେଇବା ପାଇଁ ଆମେ ସକ୍ଷମ । ଏହା ସହ ଏହି ଅଞ୍ଚଳରେ ସମୃଦ୍ଧ ସଂସ୍କୃତିପୂର୍ବ କାଳରୁ ରହିଆସିଛି । ଦେଶର ଏହି ଗୌରବମୟ ସ୍ଥାନରେ ସମ୍ରାଟ ଅଶୋକ, ଖାରବେଳ ପ୍ରମୁଖ ଶାସନକରୁଥିଲେ ।
 ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ସୁବାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ, ରବିନ୍ଦ୍ର ନାଥ ଟାଗୋରଙ୍କ ବିଚାର ମାଧ୍ୟମରେ ଭାରତର ସଂସ୍କୃତି ଓ ପରମ୍ପରାକୁ ପୁନଃଜୀବିତ କରିବାକୁ ପଡ଼ିବ । ଟାଗୋରଙ୍କ ଆଧ୍ୟାତ୍ମିକ ଚେତନାକୁ ଉପଯୋଗ କରିନୂଆ ଭାରତ ନିର୍ମାଣରେ ପୂର୍ବ ଭାରତକୁ ଆଗେଇ ନେବା ପାଇଁ ପଡ଼ିବ । ପୂର୍ବୋଦୟକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ଆଲୋଚନା କରିବା ଦିଗରେ ବୁଦ୍ଧିଜୀବୀ, ଯୁବ ଗବେଷକଙ୍କୁ ଯୋଡ଼ି ପଦକ୍ଷେପନେଇଥିବାରୁ ଆଇଏସସିଏସକୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । କେବଳ ଦ୍ୱିଭାଷୀ ନୁହେଁ ବରଂ ପୂର୍ବୋଦୟ ପତ୍ରିକାକୁ ବହୁ ଭାଷାରେ ପ୍ରକାଶିତ କରିବାର ଆବଶ୍ୟକତା ରହିଛି । ଭାଷା ବିବିଧତା ହିଁ ଆମର ବଡ଼ ଶକ୍ତି ଏବଂ ଏଥିପାଇଁ ଶିକ୍ଷାରେ ଆମର ମାତୃଭାଷାକୁ ପ୍ରାଥମିକତା ଦେବା ଉଚିତ୍ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି ।
 କାର୍ଯ୍ୟକ୍ରମରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଡ଼ା. କିଶୋର କୁମାର ବସା, ଆଇଏସସିଏସର ନିର୍ଦ୍ଦେଶକ ଅରିନ୍ଦମ ମୁଖାର୍ଜୀ, ପୂର୍ବୋଦୟ ପତ୍ରିକାର ସମ୍ପାଦକ ଡ଼ାକ୍ତର ସୁଜିତ ପୃଷେଠ୍ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.