ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ସ୍ଥଗିତ, ପୁଣି 31ରୁ ଧର୍ମଘଟ

0

  • ହକି ବିଶ୍ୱକପ ଯୋଗୁଁ ନିଷ୍ପତ୍ତି : ସଂଘ
  • ଭୁବନେଶ୍ୱର,//TATKAL ODISHA//

ହକି ବିଶ୍ୱକପ ପାଇଁ ଆସନ୍ତା ୧୬ ଜାନୁଆରୀ ଠାରୁ ଓଡ଼ିଶାର ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତ୍ତକ ଆୟୁଷ ଡାକ୍ତରଙ୍କର ଆରମ୍ଭ ହେବାକୁ ଥିବା ଆନ୍ଦୋଳନକୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

ଗତ ୧୫/୧୦/୨୦୨୨ ରିଖରେ ମୁଖ୍ୟମନ୍ତ୍ରୀଙ୍କର ଘୋଷଣା ଅନୁଯାୟୀ ରାଜ୍ୟରୁ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଛେଦ ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହି ଐତିହାସିକ ନିଷ୍ପତ୍ତିକୁ ଅଲ ଓଡିଶା ଆୟୁଷ ଡାକ୍ତର ସଂଘ ତରଫରୁ ସ୍ୱାଗତ କରାଯାଇଛି । ଏହାଦ୍ୱାରା ପାଖାପାଖି ୫୭୦୦୦ ଠିକା କର୍ମଚାରୀ ଉପକୃତ ହେଲେ।

କିନ୍ତୁ ଅନ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି ଯେ ସରକାରଙ୍କର ୨୦୧୩ ମସିହାରେ ନିର୍ଧାରିତ ଗ୍ରୁପ-ବି ଚୁକ୍ତିଭିତ୍ତିକ ନିୟମର ଯଥେଷ୍ଟ ପୂର୍ବରୁ ୨୦୦୭ ମସିହାରୁ ସ୍ୱାସ୍ଥ୍ୟ ବିଭାଗର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିଯୁକ୍ତି ପାଇଥିବା ୧୪୮୫ଜଣ ଆୟୁଷ ଡାକ୍ତରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇନାହିଁ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୧ ମସିହାର କେନ୍ଦ୍ର ସରକାରଙ୍କ ନିର୍ଦେଶନାମା ଅନୁଯାୟୀ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ଦ୍ୱାରା ୨୦୧୪ ମସିହାରେ ଏକ ନିର୍ଦେଶନାମା ଜାରି କରାଯାଇଥିଲା।

ଉକ୍ତ ନିର୍ଦେଶନାମା ରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ସଂରକ୍ଷଣ ନିୟମାବଳୀକୁ ଆଧାର କରି ତଥା ଓଡ଼ିଶାର ଜନସାଧାରଣଙ୍କୁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକତ୍ସାସେବା ଯୋଗାଇବା ନିମନ୍ତେ ଗ୍ରାମାଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଠିକା ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତର ମାନଙ୍କୁ ନିୟମିତ କରିବାର ବ୍ୟବସ୍ଥା କରାଯାଇଥିଲା। ଅପର ପକ୍ଷରେ ଉକ୍ତ ନିର୍ଦେଶନାମା ଆଧାରରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଷ୍ଟାଫନର୍ସ ଓ ଏ ଏନ ଏମଙ୍କ ସମେତ ପାଖାପାଖି ୮୧୯୫ ଜଣ ପାରାମେଡିକାଲ କର୍ମଚାରୀଙ୍କୁ ୨୦୧୯ ମସିହାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇଛି। ସରକାରଙ୍କ ଏଇ ପାତରଅନ୍ତର ନୀତିକୁ ଆୟୁଷ ଡାକ୍ତର ସଂଘ ତରଫରୁ ଦୃଢ ନିନ୍ଦା କରାଯିବା ସହିତ ନିକଟରେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଠିକା ନିଯୁକ୍ତି ଉଚ୍ଛେଦ ଘୋଷଣା ନାମା ଆୟୁଷ ଡାକ୍ତର ମାନଙ୍କୁ ଘୋର ନୈରାଶ୍ୟ ପ୍ରଦାନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ଅଲଗା ରାଜ୍ୟ ଯେପରି ଅରୁଣାଚଳ ପ୍ରଦେଶ, ମଣିପୁର, ରାଜସ୍ଥାନ, କର୍ଣ୍ଣାଟକ , ଛତିଶଗଡ଼, ପଞ୍ଜାବ ଇତ୍ୟାଦିରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନଙ୍କୁ ଗ୍ରୁପ – ଏ ପଦବୀସହ ନିୟମିତକରଣ କରାଯାଇସାରିଛି ଓ ଅନ୍ୟ ରାଜ୍ୟ ମାନଙ୍କରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ଦୀର୍ଘ ୧୫ ବର୍ଷଧରି ସ୍ୱଳ୍ପବେତନରେ ଠିକା ନିଯୁକ୍ତି ପାଇଥିବା ଏହି ଡାକ୍ତରମାନେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହିଃବିଭାଗ ରୋଗୀ ସେବା , ଅନ୍ତଃବିଭାଗ ରୋଗୀ ସେବା , ଜରୁରୀକାଳୀନ ସେବା , ପ୍ରସବକାଳୀନ ସେବା ପ୍ରଦାନ କରିବା ସହ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଯୋଜନାକୁ ସଫଳ ରୂପାୟନ କରିଆସୁଛନ୍ତି। ଏତଦବ୍ୟତୀତ ବିଗତ କୋଭିଡ଼ ମହାମାରୀ ସମୟରେ ସମସ୍ତ ଆୟୁଷ ଡାକ୍ତରମାନେ ନିଜ ଜୀବନକୁ ବାଜି ଲଗାଇ କୋଭିଡ ରୋଗୀଙ୍କର ଚିକିତ୍ସା , ପରୀକ୍ଷା ଓ କୋଭିଡ ଟୀକାକରଣକୁ ସଫଳ ଭାବେ ସମ୍ପାଦନ କରିବା ଯୋଗୁ ଜନସାଧାରଣ ଙ୍କ ବହୁମୂଲ୍ୟ ଜୀବନ ବଂଚିବା ସହ ସରକାର କୋଭିଡ ମହାମାରୀ କୁ ସଫଳ ଭାବେ ନିୟନ୍ତ୍ରଣ କୁ ଆଣିଥିଲେ।

ଏ ସଂକ୍ରାନ୍ତରେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଅଫିସଠାରୁ ଆରମ୍ଭ କରି ବିଭାଗୀୟ ଅଫିସ ଯାଏ ଖାଲି ପ୍ରତିଶୃତି ପରେ ପ୍ରତିଶୃତି ମିଳିଛି। ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ଶାସନ କାଳ ରେ ଡାକ୍ତର ମାନଙ୍କ ପ୍ରତି ଏଭଳି ଉପେକ୍ଷା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।
ଏଣୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ରେ ନିଯୁକ୍ତ ସମସ୍ତ ଆୟୁଷ ଡାକ୍ତରମାନଙ୍କୁ ତୁରନ୍ତ ସ୍ଥାୟୀ କରିବାକୁ ମାନନୀୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢଦାବି ଉପସ୍ଥାପନ କରିବା ସହ ଜନ୍ମଦିନରେ ଠିକା ନିଯୁକ୍ତି ପ୍ରଥା ଓଡିଶାରୁ ଉଚ୍ଛେଦ କରି ଯୁବସମାଜକୁ ଯୋଉ ଭେଟି ଦେଇଥିଲେ ସେହିପରି ଭେଟି ଆୟୁଷ ଡାକ୍ତରମାନେ ୨୯/୦୧/୨୦୨୩ ସୁଦ୍ଧା ପାଇବେ ବୋଲି ଆଶାବାଦୀ ଅଛନ୍ତି ବୋଲି ରାଜ୍ୟ ସଂଘ ସଭାପତି ଡା ଲୋଟସ ମିଶ୍ର ଓ ସାଧାରଣ ସମ୍ପାଦକ ଡା ପ୍ରଭାସ ଚନ୍ଦ୍ର ସ୍ୱାଇଁ କହିଛନ୍ତି।

ଅନ୍ୟଥା ଚାକିରୀ ନିୟମିତକରଣରେ ସରକାରଙ୍କର ଟାଳଟୁଳ ନୀତିକୁ ବିରୋଧ କରାଯିବା ସହ ଆସନ୍ତା ୩୧/୦୧/୨୦୨୩ଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଭୁବନେଶ୍ୱର ରାଜରାସ୍ତାରେ ଆନ୍ଦୋଳନ କରିବାକୁ ଅଲ ଓଡିଶା ଆୟୁଷ ଡାକ୍ତର ସଂଘ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.