ଆସୁଛି ବାତ୍ୟା ‘ଜୱାଦ’!!

0
  • ଦକ୍ଷିଣ ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି
  • ମୌସୁମୀ ପ୍ରତ୍ୟାବର୍ତନ ପରେ ପ୍ରଥମ ବାତ୍ୟା
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

 ଦକ୍ଷିଣ ଆଣ୍ଡାମାନ ସନ୍ନିକଟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ “ବାତ୍ୟା”ରେ ରୂପ ନେବାକୁ ବସିଛି I  ତା’ର ନାମ ରହିଛି  ‘ଜୱାଦ’ । ତେବେ ଏହା ପ୍ରାରମ୍ଭିକ ଅବସ୍ଥାରେ ଅଛି, ପାଞ୍ଚ ଦିନ ଭିତରେ ତାହା ଭୟଙ୍କର ରୂପ ନେବ I ତେବେ ଗତିପଥ କିଛି ସ୍ପଷ୍ଟ ହୋଇନି I

ଦାନା ବାନ୍ଧୁଛି ବାତ୍ୟା

 ସାଟେଲାଇଟ ଓ ମାଡ୍ୟୁଲାର ରିପୋର୍ଟ ଆଧାରରେ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର କହିଛି ଯେ,

ଆସନ୍ତା ୪୮ଘଣ୍ଟା  ଭିତରେ ଲଘୁଚାପ ବଳୟ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଡିସେମ୍ବର 3 ପରେ  ବାତ୍ୟାର ରୂପ ନେବାର ସମ୍ଭାବନା  ରହିଛି। ଏହାର ପ୍ରଭାବ ଓଡିଶା ଉପରେ ରହିବ କି ନାହିଁ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ I

   ଉପକୂଳ ଓ ଦକ୍ଷିଣ ଓଡିଶାରେ  ପବନ ସହ ପ୍ରବଳ ବର୍ଷା ହେବ । ଏପରିକି ବାତ୍ୟା ନ ହେଲେ ବି ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ଓଡିଶା ଓ ପଶ୍ଚିମବଙ୍ଗ ସମେତ ବାଂଲାଦେଶରେ କ୍ଷୟକ୍ଷତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଚଳିତବର୍ଷ ମୌସୁମୀ ପ୍ରତ୍ୟାବର୍ତନ ପରେ ଏହା ପ୍ରଥମ ବାତ୍ୟା ହେବ I 

Leave A Reply

Your email address will not be published.