ଆସିଲା ତାଲିକା: ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ପରିମାଣ 64.87 କୋଟି
- ବିକିଲେ ଫରିଦାବାଦ ଫାର୍ମ ହାଉସ
- ଭୁବନେଶ୍ୱର//TATKAL ODISHA//
- ରିପୋର୍ଟ : ମାନସ ରଞ୍ଜନ ପାତ୍ର
୨ ବର୍ଷ ପରେ ଆସିଲା ମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜର ସମ୍ପତ୍ତି ତାଲିକା ସାର୍ବଜନୀନ କରିଛନ୍ତି I
ମୁଖ୍ୟମନ୍ତ୍ରୀଙ୍କ ମୋଟ ସମ୍ପତ୍ତିର ପରିମାଣ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୬୪. ୮୭ କୋଟି ଟଙ୍କା ରହିଛି। ଏଥିରୁ ସ୍ଥାବର ସମ୍ପତ୍ତି ୧୨,୦୯,୫୨,୦୩୦ ରହିଥିବା ବେଳେ ଅସ୍ଥାବର ସମ୍ପତ୍ତି ୫୨,୮୮,୬୪,୧୯୦ ରହିଛି।ମୋଟ୍ ବ୍ୟାଙ୍କ ବାଲାନ୍ସ ୯୯,୪୧,୮୪୮.୮୨ ରହିଛି I
ମୁଖ୍ୟମନ୍ତ୍ରୀ ଫରିଦାବାଦରେ ଥିବା ତାଙ୍କ ଫାର୍ମ ହାଉସକୁ ବିକ୍ରି କରିଦେଇଥିବା ନିଜେ ଦେଇଥିବା ସମ୍ପତ୍ତି ତାଲିକାରେ ଜଣାପଡ଼ିଛି।
ଏହି ଫାର୍ମ ହାଉସ ବିକିଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାୟ ୯ କୋଟିର ଆରବିଆଇ ବଣ୍ଡ, କୋଟିଏ ଟଙ୍କାର ପୋଷ୍ଟାଲ ସେଭିଙ୍ଗ ଓ ପ୍ରାୟ ୧ କୋଟି ୧୧ ଲକ୍ଷ ଟଙ୍କାର ଟର୍ମ ଡିପୋଜିଟ ରଖିଛନ୍ତି।
ଦିଲ୍ଲୀ ସ୍ଥିତ ଜନପଥରେ ଥିବା ଏକ ବ୍ୟାଙ୍କରେ ୭୨ ଲକ୍ଷ ଟଙ୍କା ଏବଂ ଭୁବନେଶ୍ୱରରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ୨୧.୭୧ ଲକ୍ଷ ଟଙ୍କା ଜମା ରହିଛି।
ସେହିପରି ଦିଲ୍ଲୀ, ଭୁବନେଶ୍ୱର, ହିଞ୍ଜଳିକାଟୁ ଏବଂ ବରଗଡ ବ୍ୟାଙ୍କ ଆକାଉଣ୍ଟ ସହିତ ଅଳଙ୍କାର, କାରକୁ ମିଶାଇ ନବୀନଙ୍କ ସମ୍ପତ୍ତି ୧୨ କୋଟି ୯ ଲକ୍ଷ ୨୫ ହଜାର ୩୧ ଟଙ୍କା ରହିଛି। ୩.୪୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଏବଂ ପୁରୁଣା ଆମ୍ବାସାଡର କାରର ମୂଲ୍ୟ ୬,୪୩୪ ଟଙ୍କା ରହିଛି।