ଆସନ୍ନ ଯୁଦ୍ଧ ଜନିତ ବିପର୍ଯ୍ୟୟ ପରିଚାଳନା: ଓଡ଼ିଶା କ’ଣ କରିବା ଉଚିତ?

0
  • ବିଶେଷଜ୍ଞ ମତ କଣ ରହିଛି? ଦେଖନ୍ତୁ...

ଭୁବନେଶ୍ୱର //TATKAL ODISHA//

ପହେଲଗାମ ଆତଙ୍କୀ ହମଲା ପରେ ଭାରତ ପ୍ରଥମେ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ଓ ପରେ ଡ୍ରୋନ ଆକ୍ରମଣ କରି ପ୍ରତିଶୋଧ ନେଇଛି I 

ପାକିସ୍ତାନର ରାଜଧାନୀ ଇସଲାମବାଦ ସମେତ ପ୍ରାୟ ଦଶଟି ସହର ଉପରେ ମିଜାଇଲ ଆକ୍ରମଣ କରି ନଷ୍ଟ ଭ୍ରଷ୍ଟ କରିଦେଇଛି I ଫଳରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସ୍ଥିତି ବଲବତ୍ତର ରହିଛି I

 କେତେବେଳେ କ’ଣ ହେବ କହିବା ମୁସ୍କିଲ I

ଆସନ୍ନ ଯୁଦ୍ଧର ମୁକାବିଲା ପାଇଁ ଭାରତ ସରକାର ଆଗୁଆ ସତର୍କ ରହିବା ପାଇଁ ବହୁ ଗୁରୁତ୍ୱପୂର୍ଣ ଓ ସ୍ୱାଗତଯୋଗ୍ୟ ନିଷ୍ପତ୍ତି ନେଇଛନ୍ତି I ସେହି ଦୃଷ୍ଟିରୁ ଓଡ଼ିଶା ସମେତ ସବୁ ରାଜ୍ୟ ସରକାର ଆଲର୍ଟ ରହିଛନ୍ତି I ଆମ ରାଜ୍ୟ ସରକାର ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷାକୁ ଦ୍ବିଗୁଣିତ କରିଛନ୍ତି I ଏହା ନିଶ୍ଚିତ ଭାବରେ ଭଲ କାର୍ଯ୍ୟ I

ମାତ୍ର ଯଦି ଘମାଘୋଟ ଯୁଦ୍ଧ ହୁଏ,...

  • ତାହେଲେ ଓଡ଼ିଶା ସରକାର ତତ୍କାଳ କ’ଣ ପଦକ୍ଷେପ ନେବା ଉଚିତ? 
  • ଓଡ଼ିଶାରେ ଆସନ୍ନ ଯୁଦ୍ଧ ଜନିତ ବିପର୍ଯ୍ୟୟ ପରିଚାଳନା କେମିତି ହେବା ଆବଶ୍ୟକ??

Tatkal Odisha କେତେ ଜଣ ବିଶେଷଜ୍ଞଙ୍କ ମତ ନେଇଛି I ସେଇ ମତ ଆଧାରରେ ନିମ୍ନଲିଖିତ ପଦକ୍ଷେପ ଓଡ଼ିଶାରେ ଆସନ୍ନ ଯୁଦ୍ଧ ଜନିତ ବିପର୍ଯ୍ୟୟ ପରିଚାଳନାରେ ସହାୟକ ହେବ…

  • (1) ଆସନ୍ନ ଯୁଦ୍ଧ ଜନିତ ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର କଣ୍ଟିଜେଣ୍ଟ ପ୍ଲାନ ଜରୁରୀ I ଏଥିପାଇଁ ସ୍ଥାୟୀ ଷ୍ଟ୍ରାଟେଜି ପ୍ରସ୍ତୁତ ହେଉ I
  • (2) ତୁରନ୍ତ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ ଜରୁରୀ ବୈଠକ କରି କଣ୍ଟିଜେଣ୍ଟ ପ୍ଲାନର ପୁଙ୍ଖାନୁପୁଙ୍ଖ ଆଲୋଚନା ଆବଶ୍ୟକ I 
  • (3) ଯଥାଶୀଘ୍ର ଏକ ସର୍ବଦଳୀୟ ବୈଠକ କରି ସମସ୍ତଙ୍କ ସହଯୋଗ କାମନା ଏକାନ୍ତ ଅପରିହାର୍ଯ୍ୟ I
  • (4) ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀକୁ ଆସନ୍ନ ଯୁଦ୍ଧ ଜନିତ ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ତାଲିମ ଏବଂ ସଚେତନତା ଶିବିର ଆୟୋଜନ କରାଯିବା ଉଚିତ I 
  • (5) ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା କଡ଼ାକଡି ସହ ପାଇଁତରା ପାଇଁ ଏବେଠାରୁ ସ୍ଥାନୀୟ ଲୋକଙ୍କୁ ସାମିଲ କରିବା ଦରକାର I 
  • (6) ରନ୍ଧନ ଗ୍ୟାସ, ଗାଡ଼ି ଇନ୍ଧନ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ସବୁକୁ ମହଜୁଦ ରଖିବା ସହ କଳାବଜାରୀ ଉପରେ ନଜର ଦେବାକୁ ପଡ଼ିବ I 
  • (7) ଭାରତ ସରକାର ଜାରି କରିଥିବା ମାର୍ଗଦର୍ଶିକାକୁ ପୂର୍ଣ୍ଣ କାର୍ଯ୍ୟକାରି ହେଉଛି କି ନାହିଁ ତାହା ନିଜେ ମୁଖ୍ୟମନ୍ତ୍ରୀ ତଦାରଖ କରନ୍ତୁ I 
  • (8) ସବୁକିଛି ଗୁପ୍ତ ଭାବରେ କରାଯାଉ I ରାଜନୀତିକ ବୟନବାଜୀ ବନ୍ଦ ହେଉ I
  • (9) ବିନା ପଞ୍ଜିକୃତ ସାମାଜିକ ଗଣମାଧ୍ୟମ ଉପରେ ତୀକ୍ଷ୍ଣ ନଜର ରଖାଯାଉ I ଆବଶ୍ୟକ ହେଲେ ଆକାଉଣ୍ଟ ରଦ୍ଦ ହେଉ I 
  • (10) ରେଡ଼ିଓ ପ୍ରସାରଣ ଉପରେ ଜୋର ଦିଆଯାଉ I ନିଜେ ମୁଖ୍ୟମନ୍ତ୍ରୀ ତାର ସମୀକ୍ଷା କରନ୍ତୁ I 

ଏଭଳି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗୁଆ ସତର୍କ ହେବା ପାଇଁ TATKAL ODISHA ବିଶେଷଜ୍ଞଙ୍କ ପରାମର୍ଶ ଆଧାରରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛି I ଏହାକୁ ତର୍ଜମା କରି କାର୍ଯ୍ୟ କଲେ ରାଜ୍ୟର ଜନସାଧାରଣଙ୍କୁ ସୁରକ୍ଷା ଦେବା ସହ ବିପର୍ଯ୍ୟୟ ମୁକାବିଲା ସମ୍ଭବ ହୋଇପାରିବ I 

ସୂଚନା : (ବିଶେଷଜ୍ଞ ନାଁ ଗୁପ୍ତ ରଖାଯାଇଛି )

Leave A Reply

Your email address will not be published.