ଆରପାରିରେ ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ
- “ଗଞ୍ଜାମ ଟାଇଗର” ଭାବେ ଚର୍ଚ୍ଚିତ ଥିଲେ
- ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ଭୁବନେଶ୍ୱର, ବ୍ରହ୍ମପୁର //TATKAL ODISHA//
ଓଡ଼ିଶାର ପୂର୍ବତନ ଅର୍ଥ ମନ୍ତ୍ରୀ, ଗଞ୍ଜାମ ଟାଇଗର ତଥା ବିଶିଷ୍ଟ ଆଡ଼ଭୋକେଟ ରାମକୃଷ୍ଣ ପଟ୍ଟନାୟକ ଆଉ ଇହଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 81 ବର୍ଷ ହୋଇଥିଲା I
ଫଟୋରେ……(ପାର୍ଶ୍ୱରେ ବିଜୟ ମହାପାତ୍ର, କଳ୍ପତରୁ ଦାସ, ପ୍ରସନ୍ନ ଆଚାର୍ଯ୍ୟ ଓ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ଉପସ୍ଥିତ I ବିଜେଡି ପ୍ରତିଷ୍ଠା ଦିବସର ଦୁଇ ଦିନ ପୂର୍ଵରୁ ସେ ଆରପାରିକୁ ଚାଲିଗଲେ I )
15 ଅଗଷ୍ଟ 1940ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ପଟ୍ଟନାୟକ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ଯୋଗ ଦେଇଥିଲେ I ସେ 1977,1980,1995 ଓ 2000ରେ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ I ତାଙ୍କର ନିର୍ବାଚନ ମଣ୍ଡଳୀ କୋଦଳା I
ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକ “ଗଞ୍ଜାମ ଟାଇଗର” ଭାବେ ପରିଚିତ ଥିଲେ I ସେ ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳ(ବିଜେଡି)ରେ ଥିଲେ I ନବୀନଙ୍କ ସହ ମନାମାଳିନ୍ୟ କାରଣରୁ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ I ମୃତ୍ୟୁ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଥିଲେ I
ସେ ନବୀନ ବାବୁଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥ ମନ୍ତ୍ରୀ ଥିଲେ Iତାଙ୍କ ପତ୍ନୀ କୁମୁଦିନୀ ପଟ୍ଟନାୟକ ପୂର୍ବତନ ସାଂସଦ ଥିଲେ ।
ତାଙ୍କ ମୃତ୍ୟୁ ପ୍ରଚାର ହେବା ମାତ୍ରେ ତାଙ୍କ ଭୁବନେଶ୍ୱର ବାସଭବନରେ ପ୍ରବଳ ଭିଡ଼ ହୋଇଥିଲା I ବହୁ ରାଜନେତା, ବୁଦ୍ଧିଜୀବୀ ଶେଷ ଦର୍ଶନ କରିଥିଲେ I
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୋକ ପ୍ରକାଶ କରିଛନ୍ତି I
- ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ
ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର//TATKAL ODISHA//
ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ ନିଜକୁ ନିୟୋଜିତ କରିଥିଲେ ଗଞ୍ଜାମ ଜିଲ୍ଲା ତଥା ଓଡିଶାର ବିକାଶ କ୍ଷେତ୍ରରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଥିଲା
ପରଲୋକଗତ ଆତ୍ମାର ସଦ୍ଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି