ଆର୍ଯ୍ୟସମାଜ ଏକ ସଂସ୍କାରବାଦୀ ଆନ୍ଦୋଳନ : ସ୍ୱାମିଜୀ

0

  • ଭୁବନେଶ୍ୱର//TATKAL ODISHA//


ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ଏକ ସଂସ୍କାରବାଦୀ ଆନ୍ଦୋଳନ I ତାହା ଚରିତ୍ର ଗଠନ ସହ ରାଷ୍ଟ୍ର ନିର୍ମାଣରେ ବି ନିଜକୁ ବ୍ରତୀ କରି ସଫଳ ହୋଇଛି I


      ସ୍ଥାନୀୟ  ବୁଦ୍ଧମନ୍ଦିର ଠାରେ ରୋଟାରୀ କ୍ଲବ ଭୁବନେଶ୍ବର ସେଣ୍ଟ୍ରାଲ ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ବିଶିଷ୍ଟ ଆର୍ଯ୍ୟସନ୍ନ୍ୟାସୀ ତଥା ବିଶ୍ବ ଆର୍ଯ୍ୟସମାଜର ସଭାପତି ସ୍ଵାମୀ ଆର୍ଯ୍ୟବେଶ ଏହି ମତ ଦେଇଛନ୍ତି I


 ଓଡ଼ିଶା ପ୍ରାନ୍ତ ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସ୍ଵାମିଜୀ ଆହୁରି କହିଛନ୍ତି ଯେ , ଆଜକୁ ୧୪୭ବର୍ଷ ତଳେ ମହର୍ଷି ଦୟାନନ୍ଦ ଧର୍ମ ନାମରେ ଯେଉଁ ଅଧର୍ମ ଋଲିଥୁଲା, ତା ବିରୁଦ୍ଧରେ ଯେଭଳି ଧାର୍ମିକ ଜାଗରଣ ସୃଷ୍ଟି କଲେ ତାହା ଭାରତୀୟ ଅଗଣିତ ଜନସାଧାରଣଙ୍କ ମନକୁ ଛୁଇଁ ପାରିଥିଲା । ଆମ ଧର୍ମ ଯେ କେତେ ମହାନ୍, ସେ ବିଷୟରେ ସେ ସାଧାରଣ ଜନତାଙ୍କୁ ବାଝାଇବା ପାଇଁ ଋରିବେଦକୁ ସରଳ ଭାବେ ବାଖ୍ୟା କଲେ ଓ ସମାଜରେ ଥିବା ଜାତିପ୍ରଥା ବିରୁଦ୍ଧରେ ଏକ ସାମାଜିକ ଆନ୍ଦୋଳନର ସୂତ୍ରପାତ କରିଥିଲେ । ଆଜକୁ ୧୪୦ ବର୍ଷ ତଳେ ମା ତଥା ସ୍ତ୍ରୀମାନଙ୍କ ଅଧିକାର ପାଇଁ ଲଢେଇ କରିବାକୁ ସ୍ୱାମିଜୀ ଆହ୍ବାନ ଦେଇଥିଲେ ବୋଲି ସ୍ଵାମିଜୀ ଆର୍ଯ୍ୟବେଶ କହିଥିଲେ I


     ରୋଟାରୀ ୩୨୬୨ ଜିଲ୍ଲାର ଗଭର୍ଣ୍ଣର, ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ଶାନ୍ତନୁ କୁମାର ପାଣି ଓ ସମାଜସେବୀ ଦିଲ୍ଲିପ ପାତ୍ରଙ୍କୁ ସ୍ୱାମିଜୀ ଉତ୍ତରୀୟ ଓ ଇଂରାଜୀ ସତ୍ୟାର୍ଥ ପ୍ରକାଶ ଦେଇ ସମ୍ବଦ୍ଧିତ କରିଥିଲେ ।


ସମ୍ବର୍ଦ୍ଧନାର ଉତ୍ତରରେ ଶ୍ରୀ ପାଣି କହିଲେ ଯେ, ମହର୍ଷି ୧୪୮ ବର୍ଷ ତଳେ ଯେଉଁ ଆନ୍ଦୋଳନ ଆରମ୍ଭ କରିଥିଲେ ଆଜି ମଧ୍ୟ ତାର ଆବଶ୍ୟକତା ଅଛି । ବିଶିଷ୍ଟ ଅତିଥୁ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ରୋଟାରୀ କ୍ଲବ ଭୁବନେଶ୍ଵର ସେଣ୍ଟ୍ରାଲର ନିର୍ବାଚିତ ସଭାପତି ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଭଗବାନ ବୁଦ୍ଧଙ୍କ ବାର୍ତ୍ତା ଥିଲା ପ୍ରେମ ଓ କରୁଣା ତାହା ମଧ୍ୟ ବେଦର ମର୍ମବାଣୀ ବୋଲି କହିବା ସହ ଅହିଂସା ମନ୍ତ୍ର ହିଁ ବିଶ୍ବକୁ ରକ୍ଷା କରିପାରିବ ବୋଲି କହିଥିଲେ ।


ବିଶିଷ୍ଟ ବୌଦ୍ଧ ବିଦ୍ଵାନ ପଡିତ ବୀରେନ୍ଦ୍ର କୁମାର ପଣ୍ଡା ଆଲୋଚନାର ପ୍ରମୁଖ ବକ୍ତା ଭାବରେ କହିଲେ ଯେ, ବେଦର ପ୍ରତ୍ୟେକଟି ମନ୍ତ୍ର ବିଶ୍ଵର କଲ୍ୟାଣ ପାଇଁ ଅଭିପ୍ରେତ । ମଣିଷ ଜନ୍ମ ଦୁର୍ଲଭ ଜନ୍ମ, ଏହାକୁ ଠିକଣା ବାଟରେ ଲଗାଇବା ପାଇଁ ପ୍ରଭୁଙ୍କ ନିର୍ଦ୍ଦେଶକୁ ଆମେ ମାନଲେ କେବଳ ନିଜର ଉନ୍ନତି ହେବ ନାହିଁ, ସମାଜ ତଥା ବିଶ୍ବର ମଙ୍ଗଳ ହେବ ।


 ଶେଷରେ ଶ୍ରୀମତୀ ବିୟୋତପ୍ରଜ୍ଞା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରିଆନ ନିରଜ କୁମାର ପଣ୍ଡାଙ୍କୁ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ସମ୍ବନ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ଜ୍ୟୋତି ଶଙ୍କର ମହାନ୍ତି ପରିସ୍ଖଳନା କରିଥିଲେ I 

Leave A Reply

Your email address will not be published.