ଆର୍ଯ୍ୟନ ଥତମତ : ଏନସିବି ଦ୍ୱାରା ମୋବାଇଲ ଜବତ

0

REPORT : //KALAKRUSNA MAHARANA// 

  • ପଠାନ’ ଗୀତ ସୁଟିଂ ପାଇଁ ଶାହରୁଖ ସ୍ପେନ ଗସ୍ତ  ବାତିଲ!
  • ଆତ୍ମଗୋପନରେ ଅଧିକାଂଶ ବଲିଉଡ ଅଭିନେତା, ଅଭିନେତ୍ରୀ  

  • ମୁମ୍ବାଇ ବ୍ୟୁରୋ //TATKAL ODISHA//

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇ ଏନସିବି ଦ୍ୱାରା ଅଟକ ଥିବା ଶାହରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ଅଡୁଆ ବଢ଼ିବାରେ ଲାଗିଛି I ରେଭ୍ ପାର୍ଟି ସହ ଆର୍ଯ୍ୟନ୍‌ଙ୍କୁ ଏନସିପି ଜେରା କରୁଛି ଓ  ତାଙ୍କ ଫୋନ ବି ଜବତ ହୋଇଛି। ଆର୍ଯ୍ୟନ ଥତମତ I  ପରୋକ୍ଷରେ ସବୁ କଥା ସ୍ୱୀକାର କରିଥିବା କୁହାଯାଉଛି I 

    ଶାହରୁଖ ଏନେଇ କିଛି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି I ଆଗାମୀ ଚଳଚ୍ଚିତ୍ର ‘ପଠାନ’ ପାଇଁ ଏକ ବିଶେଷ ଗୀତର ସୁଟିଂରେ ସ୍ପେନ ଯାଇଥାନ୍ତେ I ଏହାର ସୁଟିଂକୁ ଶାହରୁଖ ସାମୟିକ ସ୍ଥଗିତ ରଖିଥିଵା ସୂଚନା ମିଳିଛି I 

     ଅନ୍ୟ ପକ୍ଷରେ ବଲିଉଡର ବହୁ ବଡ଼ ହସ୍ତୀ ଡ୍ରଗ୍ସ କାରବାରରେ ସାମିଲ ଥିବାରୁ ‘ବିରି ମାଡ଼ରେ କୋଳଥ ଚୋପା” ଭଳି ସେମାନଙ୍କର ସ୍ଥିତି ହୋଇଛି I ଅଧିକାଂଶ ଏବେ ଆତ୍ମ ଗୋପନ କରିଥିବା ଚର୍ଚ୍ଚା ଜୋର ଧରିଛି I

  • ଦେଖନ୍ତୁ TATKALODISHAର ପୂର୍ବ ରିପୋର୍ଟ..

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?

ମଝି ସମୁଦ୍ରରେ ଜାହାଜରେ ଡ୍ରଗ୍ସ ପାର୍ଟି : ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଅଟକ?

Leave A Reply

Your email address will not be published.