ନବ ଦାସ ହତ୍ୟା ନେଇ ଝଡ଼, ଗୃହ ଅଚଳ
- ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କଲେ କଂଗ୍ରେସ ସଦସ୍ୟ
- ଭୁବନେଶ୍ୱର//TATKAL ODISHA//
ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ବିଜେପି ଓ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅଚଳ ହୋଇଛି I
ବିଧାନସଭାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପୂର୍ବାହ୍ନ 10.32ରୁ ସାଢ଼େ 11 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଛନ୍ତି I
ଶୁକ୍ରବାର ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଥମ ଦିନ ଥିଲା I ପ୍ରଶ୍ନୋତ୍ତର କାର୍ଯ୍ୟକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ଗୃହ ମଝିରେ ନାରାବାଜି ସହ ହଟ୍ଟଗୋଳ କରିଥିଲେ I ଏପରିକି ମୁଖ୍ୟମନ୍ତ୍ରୀଙ୍କ ଇସ୍ତପା ଦାବି କରିଛନ୍ତି କଂଗ୍ରେସ ସଦସ୍ୟ I ତେବେ ଏହି ସମୟରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଶିଳ୍ପ ସମ୍ପର୍କିତ ପ୍ରଶ୍ନର କଣ ଉତ୍ତର ରଖୁଥିଲେ ତାହା ସ୍ପଷ୍ଟ ଭାବେ ଶୁଣାଯାଇ ନ ଥିଲା I
ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଚାଲିବା ସମ୍ଭବ ନ ହେବାରୁ ପ୍ରଶ୍ନୋତ୍ତର କାର୍ଯ୍ୟକାଳ ବନ୍ଦ ସହ ଗୃହ ମୁଲତବୀ ହୋଇଛି I
ସାଢ଼େ 11ରେ ଶୂନ୍ୟକାଳ ଆରମ୍ଭ ହେବା ପରେ ଅନୁରୂପ ହୋହାଲ୍ଲା କରିଥିଲେ ବିରୋଧୀ I ଏଭଳି ସରଗରମ ସ୍ଥିତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଗୁରୁବାର ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ନିଷ୍ପତ୍ତି ପଢିଥିଲେ I ଏହାପରେ ଗୃହ ସ୍ୱାଭାବିକ ନ ହେବାରୁ ବାଚସ୍ପତି ଶ୍ରୀ ଆରୁଖ ପୁଣି ଗୃହକୁ ଅପରାହ୍ନ 4 ଯାଏ ମୁଲତବୀ କରିଥିଲେ I
ଫଳରେ ପ୍ରଥମାର୍ଦ୍ଧ ବୈଠକ ମାତ୍ର ପ୍ରାୟ 12ମିନିଟ ଚାଲିଛି I