ଆରପାରିରେ ସୁନାମଧନ୍ୟ ସଂଗୀତ ନିର୍ଦେଶକ ସରୋଜ ପଟ୍ଟନାୟକ

0

ବାରିପଦା //TATKAL ODISHA//

ବିଶିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସରୋଜ ପଟ୍ଟନାୟକଙ୍କର ହୃଦଘାତରେ ପରଲୋକ ହୋଇଯାଇଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା ।

ସ୍ବର୍ଗତ ପଟ୍ଟନାୟକ ମୟୁରଭଞ୍ଜ ଜିଲ୍ଲା ବାରିପଦା ବଡ଼ ବଜାରରେ ଘର I ସେ ବହୁ ଚର୍ଚ୍ଚିତ ଓଡ଼ିଆ ଚଳଚିତ୍ରରେ ସଂଗୀତ ନିର୍ଦେଶନା ଦେଇଥିଲେ I

ତାହା ହେଉଛି..

  • ଅଭିମାନ
  • ଫୁଲ ଚନ୍ଦନ
  • ଅଭିଳାଷ
  • ଝିଅଟି ସୀତା ପରି
  • ହାକିମ ବାବୁ
  • ମୋ ମନ ଖାଲି ତୋରି ପାଇଁ
  • ଏଇ ସଂଘର୍ଷ

ଏଥି ସହ ବହୁ କଳାତ୍ମକ ଚଳଚିତ୍ର ସହ ସେ ସମ୍ପୃକ୍ତ ଥିଲେ I

ତାଙ୍କ ମୃତ୍ୟୁରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି I ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି I

ଚଳଚିତ୍ର ପ୍ରଯୋଜକ ଅଜୟ ମହାନ୍ତି ତାଙ୍କୁ ଜଣେ ବିରଳ ଓ ପ୍ରତିଭାଵାନ ସଂଗୀତ ନିର୍ଦେଶକ ବୋଲି ବର୍ଣ୍ଣନା କରିଛନ୍ତି I

Leave A Reply

Your email address will not be published.