ଆରପାରିରେ ସାମ୍ବାଦିକ ଓ ପ୍ରଯୋଜକ ଆଳୟ ମହାନ୍ତି
ଭୁବନେଶ୍ବର//TATKAL ODISHA //
ବିଶିଷ୍ଟ ସାମ୍ବାଦିକ,ସମାଜସେବୀ, ଓଡ଼ିଆ ଚଳଚିତ୍ର ପ୍ରଯୋଜକ ଆଳୟ ମହାନ୍ତି ଆଉ ଇହଜଗତରେ ନାହାନ୍ତି । ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଉଭୟ ଚଳଚିତ୍ର ଓ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି।
ସ୍ବର୍ଗତ ମହାନ୍ତି କଣ ନ ଥିଲେ? ଏକାଧାରରରେ ସେ ସାମ୍ବାଦିକ, ଲେଖକ, ପ୍ରଯୋଜକ ଓ ସଂଗଠକ ଥିଲେ I ‘ଶୂନ୍ୟ ସ୍ୱରୂପ’, ‘ଆଶା’ ଭଳି କଳାତ୍ମକ ଫିଲ୍ମ ନିର୍ମାଣ କରି ସେ ହଲଚଲ କରି ଦେଇଥିଲେ। ସେଥିପାଇଁ ଉକ୍ତ ଦୁଇ ଓଡ଼ିଆ ଚଳଚିତ୍ରକୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା ।
ସେହିପରି ସେ ‘ଭୁଲ ବୁଝିବନି ମତେ’ ଭଳି କମର୍ଶସିଆଲ ଫିଲ୍ମ ସେ ପ୍ରଯୋଜକ ଥିଲେ।
କେବଳ ଚଳଚିତ୍ର ନୁହେଁ ବହୁ ଓଡ଼ିଆ ଟେଲି ସିଲିଏଲର ବି ସେ ଥିଲେ ପ୍ରଯୋଜକ I ସେଥିମଧ୍ୟରୁ ‘ବାଲିଘର’ ଓ ‘ମରୀଚିକା’ ସିରିଏଲ୍ ଅନ୍ୟତମ ।
ନୂଆବର୍ଷର ତୃତୀୟ ଦିନରେ ସେ ସଂସାରର ସବୁ ମୋହ ମାୟା ତୁଟାଇ ଆରପାରିକୁ ଚାଲିଗଲେ I ମୃତ୍ୟୁ ଖବର ପ୍ରଚାର ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ I
ତାଙ୍କ ପାର୍ଥିବ ଶରୀରକୁ ହସ୍ପିଟାଲରୁ ୟୁନିଟ -୬ ସ୍ଥିତ ସରକାରୀ ବାସଭବନକୁ ନିଆ ଯାଇଥିଲା I ପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ଗାଁ ଜଟଣୀକୁ ନିଆଯାଇଛି । ପୁରୀ ସ୍ୱର୍ଗଦ୍ୱାର ତାଙ୍କର ଅନ୍ତେଷ୍ଟି କ୍ରିୟା ହେବ ବୋଲି ପରିବାର ସୁତ୍ରରୁ ଜଣାପଡିଛି