ଆରପାରିରେ ଯାଜପୁରର ବିଶିଷ୍ଟ ସମାଜସେବୀ ମଦନ ମୋହନ ପଣ୍ଡା

0

  • ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକରେ ଶୋକ
  • ଯାଜପୁର//TATKAL ODISHA//

ଯାଜପୁର ଜିଲ୍ଲାସ୍ଥିତ ଦାମୋଦରପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ଧର୍ମପରାୟଣ ବ୍ୟକ୍ତି ମଦନମୋହନ ପଣ୍ଡା ଆଉ ଇହଜଗତରେ ନାହାନ୍ତି I ସେ ୯୫ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି ।

ସ୍ବର୍ଗତ ପଣ୍ଡାଙ୍କ ପାର୍ଥିବ ଶରୀର ପୁରୀ ସ୍ଵର୍ଗଦ୍ଵାର ଠାରେ ବୈଦିକ ରିତିରେ ସଂସ୍କାର କରାଯାଇଛି I ତାଙ୍କର ତୃତୀୟ ପୁତ୍ର ରାଧାକାନ୍ତ ପଣ୍ଡା ମୁଖାଗ୍ନି ପ୍ରଦାନ କରିଛନ୍ତି ।

ସ୍ଵର୍ଗଦ୍ଵାର ଠାରେ ସ୍ବର୍ଗତ ପଣ୍ଡାଙ୍କର ପରିବାରବର୍ଗ, ଆମ୍ରିୟ ସ୍ଵଜନ ଓ ସୁଭାକାଂଖୀ ଉପସ୍ଥିତ ଥିଲେ ।

ଗୋଟିଏ ସମ୍ଭ୍ରାନ୍ତ ଜମିଦାର ପରିବାରରେ ଜନ୍ମିତ ସ୍ଵର୍ଗତ ପଣ୍ଡା ଜଣେ ସମାଜସେବୀ ଭାବେ ନିଜ ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ I

ଜଣେ ଧର୍ମ ପରାୟଣ ବ୍ୟକ୍ତିଭାବେ ଦୈନିକ ବିଭିନ୍ନ ପୂଜା ପାଠ ସହିତ ବହୁତ ଧର୍ମାନୁଷ୍ଠାନ ପ୍ରତିଷ୍ଠାରେ ସହଯୋଗ କରିଛନ୍ତି ।

ସ୍ୱର୍ଗତ ପଣ୍ଡାଙ୍କର ଅନ୍ତେଷ୍ଟିକ୍ରିୟା ତାଙ୍କର ପୈତୃକ ସ୍ଥାନ ଯାଜପୁର ଜିଲ୍ଲାର ଦାମୋଦରପୁର ଗ୍ରାମରେ କରାଯାଉଅଛି ।

Leave A Reply

Your email address will not be published.