ଆରପାରିରେ ବିଶିଷ୍ଟ ବୈଜ୍ଞାନିକ ଡ. ପିକେ ଜେନା

0
  • ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷ କୃତ୍ୟ

ଭୁବନେଶ୍ୱର //TATKAL ODISHA//

ପବିତ୍ର ଦୋଳ ପୁର୍ଣିମାରେ ଆରପାରିକୁ ଚାଲିଗରେ ବିଶିଷ୍ଟ ବୈଜ୍ଞାନିକ ଡ଼ ପ୍ରଫୁଲ୍ଲ କୁମାର ଜେନା I

 ୨୭ ଡିସେମ୍ବର ୧୯୩୧ରେ ଜନ୍ମ ଗ୍ରହଣ କରିଥିବା ସ୍ବର୍ଗତ ଜେନା ଜଣେ ଧାତବ ବିଜ୍ଞାନୀ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଫର ଇଣ୍ଟରଡିସିପ୍ଲିନାରି ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜିର (ପୂର୍ବତନ ରିଜିଓନାଲ ରିସର୍ଚ୍ଚ ଲାବୋରେଟରି)ପୂର୍ବତନ ନିର୍ଦ୍ଦେଶକ ।

ଟାଟା ଚେୟାର ଅଫ ଦି ଡିସ୍ଟିଙ୍ଗୁଇସଡ ପ୍ରଫେସର ଭାବରେ ଆଇଆଇଟି, ଖଡ଼ଗପୁରର ଡିପାର୍ଟମେଣ୍ଟ ଅଫ ମେଟାଲର୍ଜିକାଲ ଇଞ୍ଜିନିଅରିଙ୍ଗରେ ଥିଲେ । ୧୯୭୭ରେ ଭାରତ ସରକାର ପଦ୍ମଶ୍ରୀ ଉପାଧୀରେ ସମ୍ମାନିତ କରିଥିଲେ I

ଜ୍ୟୋତିର୍ବିଦଙ୍କ ମତରେ…

ବହୁତ ପୁଣ୍ୟବାନ ଲୋକ, ସୂର୍ଯ୍ୟ ଉତରାୟଣରେ, ଚନ୍ଦ୍ର ପୂର୍ଣ୍ଣିମା ତିଥିରେ, ଦିନରେ ମୃତ୍ୟୁ, ଏତେ ଶୀଘ୍ର ପୁନର୍ବାର ଜନ୍ମ ହେବ ନାହିଁ, ପ୍ରଭୁଙ୍କ ପାଖରେ ବହୁତ ଦିନ ବାସ ପରେ ପୁଣ୍ୟ କ୍ଷୟ ହେଲା ପରେ ପୁନର୍ବାର ଜନ୍ମ ନେବେ..

ଜେନାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି I ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ଜେନା ଯୁବ ବୈଜ୍ଞାନିକଙ୍କ ଥିଲେ ପ୍ରେରଣାର ଉତ୍ସ I ତାଙ୍କ ମୃତ୍ୟୁ ଓଡ଼ିଶା ପାଇଁ ଅପୂରଣୀୟ କ୍ଷତି I ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ଶେଷ କୃତ୍ୟ ହେବ ବୋଲି ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି I

Leave A Reply

Your email address will not be published.