ଆରପାରିରେ ବରେଣ୍ୟ ସାହିତ୍ୟିକା ମନୋରମା ମହାପାତ୍ର

0

କଟକ, ଭୁବନେଶ୍ୱର//TATKAL ODISHA//

 ଓଡ଼ିଶାର ଵରେଣ୍ୟ ସାହିତ୍ୟିକା ତଥା ସମାଜର ପୂର୍ବତନ ସମ୍ପାଦିକା ମନୋରମା ମହାପାତ୍ର ଆଉ ଇହ ଜଗତରେ ନାହାନ୍ତି I କଟକରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 87 ବର୍ଷ ହୋଇଥିଲା I ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ I 

   ସ୍ବର୍ଗତା ମହାପାତ୍ରଙ୍କ ଜନ୍ମ:୧୦ ଜୁନ ୧୯୩୪ରେ ହୋଇଥିଲା I ସେ ଏକାଧାରାରେ ଜଣେ ଓଡ଼ିଆ ସମାଜସେବୀ, ସାହିତ୍ୟିକ ଓ ସମ୍ପାଦକ । ଜଣେ ସାହିତ୍ୟିକ ଭାବରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ଶାରଳା ସମ୍ମାନ ଲାଭ କରିଛନ୍ତି । ସମାଜ ଖବରକାଗଜର ସମ୍ପାଦକ ଭାବରେ ସେ ବହୁତ ଦିନ କାମ କରିଥିଲେ । ସେ ଜଣେ ଅର୍ଥନୀତି ଅଧ୍ୟାପକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।      ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରଥମ ଉତ୍କଳ ସାହିତ୍ୟ ସମାଜର ପ୍ରଥମ ମହିଳା ସମ୍ପାଦିକା ଥିବା ସ୍ବର୍ଗତା ମହାପାତ୍ରଙ୍କୁ  ବହୁ ପୁରସ୍କାର ଓ ସମ୍ମାନ  ମିଳିଛି I ସେଥି ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର – ୧୯୮୪, ସାରଳା ସମ୍ମାନ – ୨୦୧୨ ଓ ଶକୁନ୍ତଳା ପୁରସ୍କାର – ୨୦୧୧ I
   ସ୍ବର୍ଗତା ମହାପାତ୍ର ଅନେକ କାଳଜୟୀ ପୁସ୍ତକ ରଚନା କରିଛନ୍ତି…ତାହା ହେଉଛି…

  • ବଣରାଇଜର କଥା
  • ବୈଦେହୀ ବିସର୍ଜିତା – ୧୯୯୭ (ବିଦ୍ୟାପୁରୀ)
  • ଏକଲା ନଇର ଗୀତ (ବିଦ୍ୟାପୁରୀ)
  • ଜହ୍ନରାତିର ମୁହଁ (ବିଦ୍ୟାପୁରୀ)
  • କେତୋଟି ମନଛୁଆଁ ଗପ (ଫ୍ରେଣ୍ଡସ ପବ୍ଲିଶରସ)
  • ସାତ ସମୁଦ୍ର ତେର ନଇ (ଫ୍ରେଣ୍ଡସ ପବ୍ଲିଶରସ)
  • ଟିକି ବଗିଚାର ଟିକି ଚଢ଼େଇ (ବିଦ୍ୟାପୁରୀ)
  • ଆଇଙ୍କ ମୁଣିରୁ ବିଜ୍ଞାନ ଗପ – ୧୯୯୯ (ଓଡ଼ିଶା ବୁକ ଷ୍ଟୋର)
  • ବନ୍ଦ ଘରର କବାଟ – ୧୯୭୯ (ନାଳନ୍ଦା)
  • ଆମେ ସବୁ ନୀରବ ଦର୍ଶକ – ୧୯୯୯ (ଶେତପଦ୍ମା ପ୍ରକାଶନୀ)
  • ଝଡ଼ପରେ ସୂର୍ଯ୍ୟୋଦୟ – ୨୦୦୦ (ଶ୍ୱେତପଦ୍ମା ପ୍ରକାଶନୀ)
  • ମାନସୀ ମୋ’ ବନହଂସୀ – ୨୦୧୨ (ମହେଶ ମହାପାତ୍ର)
  • ପାହାନ୍ତି ତାରାର ଲୁହ – ୨୦୧୫ (ପ୍ରୀତମ ମହାପାତ୍ର)
  • ରୂପମ୍ ରୂପମ୍ ପ୍ରତିରୂପମ୍ – ୨୦୧୪ (ଶ୍ୱେତପଦ୍ମ ପ୍ରକାଶନୀ)
  • ସଂହତିର ସଂହିତା – ୨୦୦୩ (ଶ୍ୱେତପଦ୍ମ ପ୍ରକାଶନୀ)
  • ସମୟ ପୁରୁଷ – ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
  • ସ୍ମୃତି ଚନ୍ଦନ – ୨୦୦୮ (ଶ୍ୱେତପଦ୍ମ ପ୍ରକାଶନୀ)
  • ସତ୍ୟ ହିଁ ସମ୍ପଦ – ୧୯୯୭ (ମା ସାରଦା ପବ୍ଲିକେଶନ)
  • ଅଛିଣ୍ଡା ମାସ ଛିଣ୍ଡାଦଉଡି – ୨୦୧୨ (ଶ୍ୱେତପଦ୍ମ ପ୍ରକାଶନୀ)
  • ଦୂର ରାଇଜର କଥା – ୨୦୦୬ (ଓଡ଼ିଶା ବୁକ ଷ୍ଟୋର)[୮]

Leave A Reply

Your email address will not be published.