ଆରପାରିରେ ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତି

0

ଭୁବନେଶ୍ବର,//TATKAL ODISHA//: 

ଓଡିଶା ସାମ୍ବାଦିକତା ଜଗତରେ ସୁପରିଚିତ ଓ ନିଷ୍ଠାବାନ ବ୍ୟକ୍ତିତ୍ବ ରତିକାନ୍ତ ମହାନ୍ତି ଆଉ ଇହ ଜଗତରେ ନାହାନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ହୋଇଥିଲା I

ସ୍ବର୍ଗତ ମହାନ୍ତି ଦୀର୍ଘ ବର୍ଷ ଧରି ଦୈନିକ ଖବରକାଗଜ ‘ଦିନଲିପି’ ରେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଅମାୟିକ ବ୍ୟବହାର ଅନ୍ୟ ସାମ୍ବାଦିକଙ୍କୁ ବେଶ ଆକର୍ଷିତ କରିଆସିଛି।

” ମିଳିଲା ସରକାରୀ କ୍ୱାଟର , ମାତ୍ର ରତିକାନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କୁ ଭେଟି କ୍ୱାଟର ଫେରାଇ ଦେଲେ… ବିଜୁ ବାବୁ କହିଲେ, ତୋ ଭଳି ଆଦର୍ଶବାନ ସାମ୍ବାଦିକ ଖୁବ ଜନ୍ମ ହେବେ”

ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳିଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି I

  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ଯେ, ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ରତି ଭାଇ ଭାବରେ ରାଜ୍ୟର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ସେ ବେଶ୍ ଜଣାଶୁଣା ଥିଲେ। ତାଙ୍କର ଦୀର୍ଘ ସାମ୍ବାଦିକତା ଜୀବନରେ ସଚ୍ଚୋଟତା, ନିରପେକ୍ଷତା ଓ କର୍ତ୍ତବ୍ୟନିଷ୍ଠା ପାଇଁ ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରୁଛି।
  • “ଜଣେ ସରଳ,ନିଷ୍କପଟ,କର୍ମପ୍ରବଣ , ନିର୍ବିବାଦୀୟ ସାମ୍ବାଦିକ ରତିକାନ୍ତ ମହାନ୍ତି ଙ୍କ ବିୟୋଗରେ ଓଡିଶା ସାମ୍ବାଦିକ ୟୁନିଅନ୍ ଗଭୀର ମର୍ମାହତ”: ପ୍ରସନ୍ନ କୁମାର ମହାନ୍ତି

Leave A Reply

Your email address will not be published.