ଆରପାରିରେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା

0
  • ପୁରୀ, ଭୁବନେଶ୍ୱର//TATKAL ODISHA//

ପବିତ୍ର ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ତଥା ‘ସମୟ’ ଖବକାଗଜର ଫଟୋଗ୍ରାଫର ଅଶୋକ ପଣ୍ଡା I

ମୃତ୍ୟୁ ବେଳକୁ ତାଙ୍କୁ 54 ବର୍ଷ ହୋଇଥିଲା I

ଶୁକ୍ରବାର ରଥଯାତ୍ରାରେ ଫଟୋ ଉଠାଇବା ପାଇଁ ସେ ଭୋର ଉଠି ନିଜର ନିତ୍ୟକ୍ରମ ସାରି ଭୁବନେଶ୍ୱରରୁ ପୁରୀ ମଟରସାଇକେଲରେ ଯାଉଥିଲା ବେଳେ ପୁରୀ ସାତଶଂଖ ଠାରେ ରାସ୍ତାରେ ମାର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଥିଲା I

ଦୁର୍ଘଟଣା ସ୍ଥଳରୁ ତାଙ୍କୁ ସାକ୍ଷୀଗୋପାଳ ହସ୍ପିଟାଲକୁ ନିଆଯାଇଥିଲା, ହେଲେ ସେଠାରେ ଡାକ୍ତର ନ ଥିବାରୁ ପ୍ରାଥମିକ ଚିକିତ୍ସା ହୋଇ ପାରି ନ ଥିଲା I ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା I ବାଧ୍ୟହୋଇ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ I ହେଲେ ସେଠାରେ ପହଂଚିବା ପୂର୍ବରୁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା I

ସ୍ବର୍ଗତ ଅଶୋକ ପଣ୍ଡା (ଫାଇଲ )

ବାରିପଦା ଯାଇଥିବା ପତ୍ନୀ ଓ ଝିଅ ଏହା ଶୁଣି କାର ଯୋଗେ ହସ୍ପିଟାଲ ପହଞ୍ଚି ଥିଲେ I

କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ପୋଷ୍ଟ ହୋଇଥିଲା I

ଶେଷ ଯାଏ ତାଙ୍କ ବେକରେ ସେମିତି ରଥଯାତ୍ରା ‘କର୍ଡନ ପାସ’ ଝୁଲୁଥିବାର ଦେଖାଯାଇଥିଲା I

ସ୍ବର୍ଗତ ପଣ୍ଡାଙ୍କ ଘର ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗାରେ I ସେ ‘ସମୟ’ରେ ଆରମ୍ଭରୁ ଅର୍ଥାତ 1996ରୁ କାର୍ଯ୍ୟରତ ଥିଲେ I

ତାଙ୍କର 11 ବର୍ଷର ଏକମାତ୍ର ଝିଅ ଓ ପତ୍ନୀ କଳ୍ପନା ଛକସ୍ଥ ସରକାରୀ କ୍ଵାଟରରେ ରହୁଛନ୍ତି I

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି I ପ୍ରାୟ ଶତାଧିକ ସାମ୍ବାଦିକ ହସ୍ପିଟାଲରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I

ପରେ ସୂଚନା ଭବନ ସମ୍ମୁଖରେ ଥିବା ‘ଡଟ କମ’କୁ ତାଙ୍କର ମର ଶରୀରକୁ ଅଣାଯାଇଥିଲା I ସେଠାରେ ପୁଷ୍ପ ଅର୍ପଣ କରି ଶେଷ ସମ୍ମାନ ଜଣାଇଥିଲେ I ଏହାପରେ ସ୍ବର୍ଗତ ଅଶୋକଙ୍କୁ ‘ସମୟ’ ଅଫିସକୁ ନିଆଯାଇଥିଲା I ଶେଷରେ ତାଙ୍କର ଶେଷକୃତ୍ୟ ସତ୍ୟନଗର ସ୍ମଶାନରେ ହୋଇଥିଲା I ଏକ ମାତ୍ର କୁନି ଝିଅ ମୁଖାଗ୍ନୀ ଦେଇଥିବା ଜଣାପଡ଼ିଛି I

  • ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
  • +++++++++++++

  • ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକରେ ପିସିସି ସଭାପତି ଶରତ ପଟ୍ଟନାୟକ ଶୋକ

ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଙ୍କ ଏକ ସଡକ ଦୁର୍ଘଟଣାରେ ପରଲୋକ ଖବର ଶୁଣି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକ ବାର୍ତ୍ତା ରେ କହିଛନ୍ତି ଶ୍ରୀ ପଣ୍ଡା ଜଣେ ନିର୍ଭୀକ କର୍ତ୍ତବ୍ୟ ନିଷ୍ଠ ଫଟୋ ସାମ୍ବାଦିକ ଭାବେଥିଲେ ଖ୍ୟାତି ଅର୍ଜନ କରିଥିଲେ।ଦୀର୍ଘବର୍ଷ ଧରି ବିଭିନ୍ନ ସମୟ,ଟାଇମ୍ସ ଅଫ ଇଣ୍ଡିଆ,ଇନାଡୁ ଇତ୍ୟାଦି ଅନେକ ଖବର କାଗଜ ରେ କାର୍ଯ୍ୟ କରି ଅନେକ ସୁଖ୍ୟାତି ଅର୍ଜନ କରିଥିଲେ ।୧୯୯୯ ମହାବାତ୍ୟା ସମୟରେ ସେ ବାତ୍ୟାଞ୍ଚଳ ଗସ୍ତ କରି ବହୁ ଚର୍ଚ୍ଚିତ ଫଟୋ ଉଠେଇଥିବାର ନଜିର ଅଛି,ଏବଂ ସେତେବେଳେ ସ୍ବର୍ଗତଃ ପଣ୍ଡା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ।ସ୍ବର୍ଗତ ପଣ୍ଡା ବାବୁ ଜଣେ ପରୋପକାରୀ,ବନ୍ଧୁବଚ୍ଛଳ,ସ୍ନେହୀ ବ୍ୟକ୍ତି ଥିଲେ।ପଣ୍ଡାବାବୁଙ୍କ ବିୟୋଗ ସାମ୍ୱାଦିକ ଜଗତ ପାଇଁ ଏକ ଅପୁରଣୀୟ କ୍ଷତି।ପଣ୍ଡା ବାବୁଙ୍କ ବିୟୋଗରେ ସାମ୍ବାଦିକ ଜଗତରେ ଶୋକର ଛାୟା ଖେଲିଥୁବା ବେଳେ ସାରା ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି।।ତାଙ୍କ ଜୀବନ କାଳ ଭିତରେ ସରକାରୀ ଓ ବେସାରିକାରୀ ସ୍ତରରେ ଅନେକ ଗୁଡିଏ ସମ୍ମାନ ସହ ପୁରସ୍କାର ସାଉଁଟିଛନ୍ତି।ସ୍ବର୍ଗତଃ ପଣ୍ଡାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।


ଅନ୍ୟପକ୍ଷରେ ବରିଷ୍ଠ ଫଟୋ ସାମ୍ବାଦିକ ଅଶୋକ ପଣ୍ଡା ଙ୍କ ସଡକ ଦୁର୍ଘଟଣାରେ ପରଲୋକରେ ପୂର୍ବତବ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ ,ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧକ୍ଷ ଗଣେଶ୍ୱର ବେହେରା,ପିସିସି ଗଣମାଧ୍ୟମ ଆବାହକ ସତ୍ୟ ପ୍ରକାଶ ନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ଶୋକ ବ୍ୟକ୍ତ ପ୍ରକାଶ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.