ଆରପାରିରେ ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ
* ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର//TATKAL ODISHA//:
ବାଲିକୁଦାର ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କର ହୃଦଘାତରେ ଦେହାନ୍ତ ହୋଇଛି I ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
ସ୍ବର୍ଗତ ସ୍ୱାଇଁ ୧୯୭୭ ଓ ୧୯୯୦ରେ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ। ପରେ କଂଗ୍ରେସ ଟିକେଟରୁ ୨୦୦୦ରୁ ଲଗାତାର ଦୁଇଥର ବିଧାନସଭାକୁ ନିର୍ବାଚତ ହୋଇଥିଲେ I ସ୍ୱାଇଁଙ୍କ ବିୟୋଗରେ କେବଳ ବାଲିକୁଦା ନୁହେଁ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି I