ଆରପାରିରେ ପୁରୀ ‘ଥାଟ ରାଜା’ ରଣାର୍ଣ୍ଣବ ଦେବ

0
  • ଶେଷ ଜୀବନ ଯାଏ ନୀଳଗିରି ମାମୁ ଘରେ ରହୁଥିଲେ

ପୁରୀ//TATKAL ODISHA//

ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ସାନ ଭାଇ ତଥା ଥାଟ ରାଜା ରଣାର୍ଣ୍ଣବ ଦେବଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 67 ବର୍ଷ ବୟସ ହୋଇଥିଲା।

ରବିବାର ରାତିରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ରଣାର୍ଣ୍ଣବ ଦେବ ସାଧାରଣରେ ଥାଟ ରାଜା ଭାବେ ପରିଚିତ ଥିଲେ। ତାଙ୍କର ମାମୁଁ ଘର ବାଲେଶ୍ବର ନୀଳଗିରି ଅଞ୍ଚଳରେ ହୋଇଥିବାରୁ ସେ ସେଠାରେ ରହୁଥିଲେ। ସେହି ଅଞ୍ଚଳରେ ସେ ବେଶ ପରିଚିତ।

ବର୍ତ୍ତମାନ ଗଜପତିଙ୍କ ନିଜ ଭାଇ ମୃତ୍ୟୁବରଣ କରିଥିଲେ ହେଁ ସେ ତିନି ଠାକୁରଙ୍କ ସେବାରୁ ନିବୃତ ରହିବେ ନାହିଁ। ପୂର୍ବରୁ ପ୍ରଚଳିତ ହୋଇଆସୁଛି,ତାହା ଗଜପତି ଦିବ୍ୟସିଂହ ଦେବ ଜାରୀ ରଖିବେ। ଫଳରେ ରଥଯାତ୍ରାରେ ଗଜପତିଙ୍କ ସେବା ନିଜେ ଦିବ୍ୟସିଂହ ଦେବ କରିବେ”

ପୁରୀ ରାଜ ନଅରରେ ତାଙ୍କର ସ୍ବତନ୍ତ୍ର ଅଲଗା କୋଠରୀ ରହିଛି। ପୁରୀ ଆସିଲେ ସେମାନେ ସେହି ରାଜନଅର କୋଠରୀରେ ରହୁଥିଲେ।

ବର୍ତ୍ତମାନ ତାଙ୍କର ମୃତ୍ୟୁ ପୁରୀରେ ହୋଇଛି। ରାଜ ପଂରପରା ଅନୁସାରେ ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ଶ୍ରୀମନ୍ଦିର ରୋଷ ଶାଳାର ଅଗ୍ନିରେ ଶତ୍କାର କରାଯାଇଛି।

Leave A Reply

Your email address will not be published.