ଆରପାରିରେ ନନ୍ଦ ସାର
- ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ଶୋକ
- ଯାଜପୁର,ଭୁବନେଶ୍ୱର//TATKAL ODISHA//
ନନ୍ଦ ସାର I ନନ୍ଦ କିଶୋର ପୃଷ୍ଟି I ନିକଟ ଅତୀତରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ ହୋଇ ସାରା ଦେଶରେ ଚର୍ଚ୍ଚିତ ହୋଇଥିବା ଏହି ନିରହଙ୍କାରୀ ମଣିଷ ଆଉ ଇହ ଜଗତରେ ନାହାନ୍ତି I
୧୦୪ ବର୍ଷ ବୟସରେ ତାଙ୍କର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି ।
ମଙ୍ଗଳବାର ଦିନ ୧ଟା ୨୮ରେ ନନ୍ଦ ସାରଙ୍କ ପରଲୋକ ହୋଇଛି । ନନ୍ଦ ସାର୍ କରୋନା ମହାମାରୀରେ ଆକ୍ରାନ୍ତ ଥିଲେ । ସାରଙ୍କ ନାତି ଖଗେଶ୍ୱର ପୃଷ୍ଟି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।
ଚାଟଶାଳୀରେ ପିଲାଙ୍କୁ ପାଠ ପଢ଼ାଇ ନନ୍ଦ ସାର୍ ଚର୍ଚ୍ଚିତ ଥିଲେ । ନଭେମ୍ବ ୯ ରେ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପଦ୍ମଶ୍ରୀ ଗ୍ରହଣ କରିଥିଲେ ।
ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି I