ଆରପାରିରେ କୋକିଳ କଣ୍ଠି ବାଣୀ ଜୟରାମ

0
  • ଭୁବନେଶ୍ୱର, କଟକ//TATKAL ODISHA//

ଆଉ ଇହ ଜଗତରେ ନାହାନ୍ତି କୋକିଳା କଣ୍ଠି ବାଣୀ ଜୟରାମ I ମୃତ୍ୟୁ ବେଳକୁ ତାଙ୍କର ବୟସ 75 ବର୍ଷ ହୋଇଥିଲା I    ୩୦ ନଭେମ୍ବର ୧୯୪୫ରେ ଜନ୍ମ ଲାଭ କରିଥିଲେ ବାଣୀ ଜୟରାମ I

ତାମିଲନାଡୁର ଭେଲୋରଠାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପରିବାରରେ ସଙ୍ଗୀତର ପରିବେଶ ରହିଥିଲା । ବାଣୀ ଜୟରାମଙ୍କୁ ମାତ୍ର ୫ ବର୍ଷ ହୋଇଥିବା ସମୟରେ ତାଙ୍କ ଭଉଣୀଙ୍କ ଗୁରୁ ରଙ୍ଗା ରାମାନୁଜ ଆୟଙ୍ଗର, ବାଣୀଙ୍କ ସଙ୍ଗୀତ ପ୍ରତିଭାକୁ ଆବିଷ୍କାର କରିଥିଲେ ଓ ତାପରେ ତାଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇଥିଲା । ୮ ବର୍ଷ ବୟସରେ ସେ ଆକାଶବାଣୀ, ମାଡ୍ରାସ କେନ୍ଦ୍ରରେ ସଙ୍ଗୀତ ପରିବେଷଣ କରିଥିଲେ ।

ବାଣୀ ଜୟରାମ

ବାଣୀ, ଗୁରୁ କୁଡାଲୋର ଶ୍ରୀନିବାସ ଆୟଙ୍ଗର, ଟି.ଆର. ବାଲସୁବ୍ରମଣୟମ୍ ଓ ଆର୍. ଏସ୍. ମଣିଙ୍କଠାରୁ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷାଗ୍ରହଣ କରିଥିଲେ ତଥା ଗୁରୁ ଉସ୍ତାଦ ଅବଦୁଲ ରେହମାନ ଖାଁଙ୍କଠାରୁ ହିନ୍ଦୁସ୍ତାନି ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।

ଜୟରାମଙ୍କୁ ବିବାହ କରି, ମୁମ୍ବାଇ ଆସିବାପରେ, ସେ ପ୍ରଚ୍ଛଦପଟ ଗାୟିକା ଭାବରେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ ।

ଦକ୍ଷିଣ ଭାରତର ମୀରା’ ଉପାଧୀରେ ସମ୍ମାନୀତ ଏହି କଣ୍ଠଶିଳ୍ପୀ,  ଓଡ଼ିଆ ସମେତ ପ୍ରାୟ ୧୮ଟି ଭାରତୀୟ ଭାଷାରେ ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ I

ଜୀବନ କାଳରେ ସେ  ୧୦୦୦ରୁ ଅଧିକ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ । ଓଡ଼ିଆରେ ସେ ପ୍ରାୟ 40ରୁ ଅଧିକ ଗୀତ ବୋଲି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ I

ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ମାତ୍ରେ ଓଡ଼ିଆ ଚଳଚିତ୍ର ମହଲରେ ଶୋକର ଛାୟା ଖେଳି ଯାଇଛି I 

Leave A Reply

Your email address will not be published.