ଆରପାରିରେ କବି ହୁସେନ ରବି ଗାନ୍ଧୀ
- କଟକ/TATKAL ODISHA//
ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ତଥା ବିଶିଷ୍ଟ କବି, ସାହିତ୍ୟିକ, ରାଜନେତା ହୁସେନ ରବି ଗାନ୍ଧୀ ଆଉ ଇହଜଗତରେ ନାହାନ୍ତି I
କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା I
୨୩ ଏପ୍ରିଲ ୧୯୪୮ରେ ଯାଜପୁର ଜିଲ୍ଲାର ହାଲଡିଗଡିଆ ଗାଁରେ ଏକ ସମ୍ଭାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଥିଲେ ମହମ୍ମଦ ମୋଜାମିଲ ହୁସେନ I ତାଙ୍କ ଜେଜେ ଥିଲେ ଦାବିରୁଦ୍ଦିନ ମହମ୍ମଦ ଖାନ୍ ବାହାଦୂର। ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ମେହମୁଦ ହୁସେନ୍ ତାଙ୍କର ସାନ ଭାଇ।
ସ୍ବର୍ଗତ ହୁସେନ ବହୁ କାଳଯୟୀ ଲେଖା ଲେଖିଥିଲେ I ଜୀବନକାଳରେ ସେ ୧୩ଟି ପୁସ୍ତକ ରଚନା କରିଥିଲେ। ସେଥିପାଇଁ ବହୁ ଅନୁଷ୍ଠାନ ତାଙ୍କୁ ସମ୍ମାନିତ କରିଛନ୍ତି I
ରାଜନେତା ଭାବେ ବି ସେ ବେଶ ସଫଳ I
ବିଜୁ ବାବୁଙ୍କ ଏକାନ୍ତ ଅନୁଗତ ଚେଲା ଥିଲେ Iପରେ ବିଜୁ ଜନତା ଦଳରେ ସାମିଲ ହୋଇ ରାଜ୍ୟ ଚମଡା ନିଗମରେ ଅଧ୍ୟକ୍ଷ ଥିଲେ I ୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରୁଥିଲେ ।