ଆରପାରିରେ ଓଡ଼ିଶାର ଲୋକପ୍ରିୟ ରୋମାଣ୍ଟିକ ନାୟକ ଉତ୍ତମ ମହାନ୍ତି
ଭୁବନେଶ୍ୱର//TATKAL ODISHA//
ଆମ ଶୈଶବରୁ ଯୌବନ ପର୍ଯ୍ୟନ୍ତ ପରଦା ଉପରେ ଯିଏ ଆମ ମନକୁ ଆଚ୍ଛନ୍ନ କରି ରଖିଥିଲେ, ପ୍ରତିଟି ଓଡ଼ିଆ ଦର୍ଶକକୁ ଅନାୟାସରେ ସିନେମା ହଲ୍ ମୁହାଁ ଆକର୍ଷିତ କରି ନେଉଥିଲେ, ସେହି ଲୋକପ୍ରିୟ ନାୟକ ଉତ୍ତମ ମହାନ୍ତି, ଆଉ ନାହାନ୍ତି।
“ଅଭିମାନ” ରୁ “ଫୁଲ ଚନ୍ଦନ”, “ଦଣ୍ଡା ବାଳୁଙ୍ଗା” ରୁ “ସୁନା ଚଢ଼େଇ”, ସେ ଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଗତଜିତା ଅଭିନେତା ।
ତିନି ଦଶନ୍ଧିର ରୋମାଣ୍ଟିକ ନାୟକ।

ଦୀର୍ଘ ଦିନରୁ ଅସୁସ୍ଥ ଥିବା ଉତ୍ତମ ବାବୁ ଶୁକ୍ରବାର ଆରପାରିକୁ ଚାଲି ଯାଇଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 68 ହୋଇଥିଲା I
ତାଙ୍କ ବିୟୋଗରେ ଓଡ଼ିଆ ସିନେମାରେ ଗୋଟିଏ ଯୁଗର ଅବସାନ ଘଟିଛି । ସେହି ମହାନ ଅଭିନେତାଙ୍କୁ TATKAL ODISHAର ଶ୍ରଦ୍ଧାଞ୍ଜଳି ।