ଆମେରିକାର JTWC ବାତ୍ୟା ଆସୁଥିବା ସ୍ପଷ୍ଟ କଲା

0
  • ଉପକୂଳ ଓଡ଼ିଶାରେ ଅଧିକ ପରିମାଣରେ ବର୍ଷା ହେବ
  • ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ ରୁ୯୦କିମି ଛୁଇଁବ
  • ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//

ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ନେଇ ଯୁକ୍ତରାଷ୍ଟ୍ର ଆମେରିକାର ଜେଟିଡବ୍ଲ୍ୟସି  ( US Joint Typhoon Warning Centre) ସତର୍କ ସୂଚନା ଦେଇଛି I

ସେହି ବାତ୍ୟା ‘ଆସାନି’  ମଇ ମାସ ଆଠରେ ଆସିବ ଏବଂ  48 ଘଣ୍ଟା ପରେ ଅର୍ଥାତ ମଇ ଦଶରେ ବାତ୍ୟା ଉପକୂଳ ସ୍ପର୍ଶ ବା ଲ୍ୟାଣ୍ଡଫଲ  କରିବ I

JTWC କହିଛି ଯେ, ପବନ ଠାରୁ ଅଧିକ ପରିମାଣରେ ବର୍ଷା ହେବ I ଭାରତର ପୂର୍ବ ଉପକୂଳ ସ୍ପର୍ଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି I

   ମଇ ୯ରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମି ଓ ୧୦ରେ ୭୦ରୁ ୮୦ କିମି ବେଗରେ ପବନ ବୋହିବ I ସମୟେ ସମୟେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ ରୁ ୯୦କିମି ଛୁଇଁବ I

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୧୦ରୁ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପବନ ସହ ପ୍ରବଳ ବର୍ଷା ହେବ I

ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି I କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି I ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି I

ଫଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ 18 ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି I

Leave A Reply

Your email address will not be published.