ଆମେରିକାରେ ନୂଆଖାଇ ଭେଟଘାଟ

0
  • ସବ୍ୟସାଚୀ କହିଲେ, ସ୍ନେହ, ପ୍ରେମ, ସଦିଚ୍ଛା ଓ ଭାଇଚାରାର ପର୍ବ
  • ନିୟୋର୍କ, ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODISHA//

ଆମେରିକାରେ ବସବାସ କରୁଥିବା ଓଡ଼ିଆ ସମାଜ OSACAL ଦ୍ଵାରା ଗତ ୧୭ ସେପ୍ଟେମ୍ବର ୨୦୨୧ ପ୍ରଥମ ଥର ପାଇଁ “ନୂଆଁଖାଇ ଭେଟଘାଟ” ଉତ୍ସବ ଜୁମ୍ ଆପ୍ ମାଧ୍ୟମରେ ପାଳିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମାର ପ୍ରତିଷ୍ଠିତ ନିର୍ଦେଶକ ଡ. ସବ୍ୟସାଚୀ ମହାପାତ୍ର , ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଲୋକସଙ୍ଗୀତ ର ବିଶିଷ୍ଟ ଗୀତିକାର ଓ କଣ୍ଠଶିଳ୍ପୀ ସର୍ବେଶ୍ଵର ଭୋଇ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ କୋଶଳୀ-ସମ୍ବଲପୁରୀ ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ନାଟ୍ୟ ନିର୍ଦେଶକ ଦେବୁ ପଣ୍ଡା ଙ୍କ ନାଟକ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଆମେରିକାର ବିଭିନ୍ନ ସହରରେ ଅବସ୍ଥାନ କରୁଥିବା ଶତାଧିକ ଓଡ଼ିଆ ପରିବାର ଡିଜିଟାଲ ଗଣମାଧ୍ୟମ ଦ୍ଵାରା ସଂଯୋଜିତ ହୋଇ ଉପୋଭୋଗ କରିପାରିଥିଲେ । କସ୍ତୁରୀ ଓ ଦେବ ମହାପାତ୍ର , ମିନତୀ ଓ ପ୍ରତାପ ମିଶ୍ର ,ମୀରା ଦାସ , ସରୋଜ ବେହେରା ପ୍ରଭୁତି ବ୍ୟକ୍ତିତ୍ଵ ନୂଆଁଖାଇ lର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ ମଧ୍ୟ କରିଥିଲେ ।

“ଓଷା” ର ପୂର୍ବତନ ସଭାପତି କୁକୁ ଦାସ , ଯୋଗ ଗୁରୁ ମନୋଜ ଯୋଶୀ,ଗାୟତ୍ରୀ ଯୋଶୀ, ଅରୁନ୍ଧତୀ ମିଶ୍ର ଏବଂ Osacal ର ପୂର୍ବତନ ସଭାପତି ସରିତା ଜଗତଜିତା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏବଂ ସର୍ବଶେଷରେ ଆମ ସଂସ୍କୃତିକୁ ପ୍ରାଧାନ୍ୟ ଦେଇ ଥିବାରୁ Osacal ର ସଭାପତି ଦୀପ୍ତି ମଲ୍ଲିକ , ଉପସଭାପତି ରଶ୍ମିତା ବରାଳ ସମ୍ପାଦକ ସୁଦାମ ମିଶ୍ରଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.