ଆବାସ ଯୋଜନା ନେଇ ପୁଣି କେନ୍ଦ୍ର- ରାଜ୍ୟ ତୁ ତୁ ମେଁ ମେଁ

0

– କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କୁ ପ୍ରତାପ ଜେନାଙ୍କ ଚିଠି 

ଭୁବନେଶ୍ୱର,//TATKAL ODISHA//:

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରଗରମ ଥିବାବେଳେ ଆବାସ ଯୋଜନାକୁ ନେଇ ରାଜନୀତି ଉଷ୍ଣ ହୋଇଛି I ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ହେବା ସହ ପୁଣି କେନ୍ଦ୍ର-ରାଜ୍ୟ ମୁହାଁମୁହିଁ ହୋଇଛନ୍ତି ।

  ସୋମବାର କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଗିରିରାଜ ସିଂଙ୍କୁ ଏହି ମର୍ମରେ  ଚିଠି ଲେଖିଛନ୍ତି ଓଡ଼ିଶା ପଞ୍ଚାୟତିରାତ ମନ୍ତ୍ରୀ ପ୍ରତାପ ଜେନା । ଚିଠିରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ, କେନ୍ଦ୍ରର ବାରମ୍ବାର ଅବହେଳା କରୁଛି I ୨୦୧୯ ମେ ମାସରେ କେନ୍ଦ୍ର ସରକାର ଲକ୍ଷେ ୮୪ ହଜାର ଫନି ପ୍ରଭାବିତ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ତାହା ପାଳନ ହୋଇନି । ଅଥଚ କର୍ଣ୍ଣାଟକକୁ ଆବାସ ପ୍ଲସରେ ଜାନୁଆରୀ ୧୩ରେ ଅନୁମତି ମିଳିଛି  ।  ଓଡ଼ିଶାକୁ ଅନୁମତି ଦିଆଯାଉନାହିଁ । ଏହା ଓଡ଼ିଶା ପ୍ରତି ଅନ୍ୟାୟ । ଓଡ଼ିଶାର ବଳକା ପରିବାରର ତଥ୍ୟ ଆବାସ ପୋର୍ଟାଲରେ ଅପଲୋଡ୍ କରିବାକୁ ଅନୁମତି ଦେବାକୁ ଦାବି ହୋଇଛି I 

  ଶ୍ରୀ ଜେନା କହିଛନ୍ତି ଯେ, ଆବାସ ପ୍ଲସରେ ପୂରା ୬ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହୁ । ରାଜ୍ୟ ରୁରାଲ ହାଉସିଂ ପୋର୍ଟାଲରେ ୬ ଲକ୍ଷ ୬୫ ହଜାର ହିତାଧିକାରୀଙ୍କ ତଥ୍ୟ ରହିଛି । ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ପୋର୍ଟାଲ ଓ ଆବାସ ଯୋଜନାର ତଥ୍ୟକୁ ସମକାଳୀନ କରିବାକୁ କୁହାଇଛି I 

Leave A Reply

Your email address will not be published.