ଆଦିବାସୀ ଜମି ହସ୍ତାନ୍ତର : ଅଧିକ ତର୍ଜମା ପାଇଁ ଟିଏସିକୁ ଗଲା

0

ଭୁବନେଶ୍ୱର,//TATKAL ODISHA//

ଅଣ ଆଦିବାସୀଙ୍କୁ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତି ବିରୋଧରେ ବିରୋଧୀ କ୍ରମାଗତ ଚାରି ଦିନ ଧରି ବିଧାନସଭାରେ ହଙ୍ଗାମା ସୃଷ୍ଟି କଲା ପରେ ରାଜ୍ୟ ସରକାର ପୁନର୍ବିଚାର କରିଛନ୍ତି I

ସରକାର ଗୃହୀତ ପ୍ରସ୍ତାବକୁ ସୁପାରିଶ କରିଥିବା ଆଦିବାସୀ ଉପଦେଷ୍ଟା କମିଟି (ଟିଏସି) ଅଧିକ ତର୍ଜମା ପାଇଁ ତାହାକୁ ପଠାଇଛନ୍ତି I

  • ଶୁକ୍ରବାର ଏହି କଥା ଗୃହରେ ରାଜ୍ୟ ସଂସଦୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରକାଶ କରିଛନ୍ତି I
  • ବିଧାନସଭା ଶୂନ୍ୟକାଳରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ, ଗତ 11 ଜୁଲାଇ 2023 ଆଦିବାସୀ ଉପଦେଷ୍ଟା ବୈଠକରେ ଅଣ ଆଦିବାସୀଙ୍କୁ ଆଦିବାସୀ ଜମି ହସ୍ତାନ୍ତର ସୁପାରିଶ  ହୋଇଥିଲା I ପରେ 14 ନଭେମ୍ବର 2023ରେ ଏନେଇ କ୍ୟାବିନେଟ ମଞ୍ଜୁରୀ ମିଳିଥିଲା I ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ସ୍ଥଗିତ ରଖାଯାଥିଲା I ଆଜିର କ୍ୟାବିନେଟ ବୈଠକ ନିଷ୍ପତ୍ତି ଅନୁଯାଇ ଗୃହୀତ ସଂଶୋଧନ ପ୍ରସ୍ତାବକୁ ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା କମିଟିକୁ ପଠାଯାଇଛି ବୋଲି ସେ ସୂଚନା ଦେଇଛନ୍ତି I

ଏହା ପରେ ମୁଲତବୀ ଆଲୋଚନା ପ୍ରାରମ୍ଭରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବେ କ୍ୟାବିନେଟ ନିଷ୍ପତ୍ତି ପରେ ଦ୍ୱନ୍ଦ୍ୱ ଦୂର ହୋଇଛି ବୋଲି ପ୍ରକାଶ କରିଛନ୍ତି I

ହେଲେ ଏହାକୁ କଟାକ୍ଷ କରି କହିଛନ୍ତି ଯେ, ସରକାର ପକାଇଥିବା ଛେପ ପୁଣି ଥରେ ଢୋକିଛନ୍ତି I

Leave A Reply

Your email address will not be published.