ରାଜ୍ୟପାଳଙ୍କ ଅଭିଭାଷଣ, ଆରମ୍ଭରୁ ହଟ୍ଟଗୋଳ

0
  • ବିଜେଟ ଅଧିବେଶନର ପ୍ରଥମ ଦିନ, ବିରୋଧୀଙ୍କ କକ୍ଷତ୍ୟାଗ
  •  ୨୪ରେ ଉପବାଚସ୍ପତି ନିର୍ବାଚନ
  • -୨୫ରେ ରାଜ୍ୟ ବଜେଟ ଉପସ୍ଥାପନ 
  • ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡି 
    ଭୁବନେଶ୍ଵର,//TATKAL ODISHA//

ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ।ପ୍ରଥମ ଥର କ୍ଷମତାକୁ ଆସିବା ପରେ ବିଜେପି ସରକାରଙ୍କ ଏହା ହେଉଛି ପ୍ରଥମ ଅଧିବେଶନ I ତେବେ ରାଜ୍ୟପାଳଙ୍କ ଅଭିଭାଷଣକୁ ବିରୋଧ କରି ଗୃହରେ ହଟ ଗୋଳ କରିବା ସହ କକ୍ଷତ୍ୟାଗ କରିଛନ୍ତି ବିଜେଡି ଓ କଂଗ୍ରେସ ସଦସ୍ୟ I

ସୋମବାର ଅଧିବେଶନର ପ୍ରଥମ ଦିନରେ ଅର୍ଥାତ ପୂର୍ବାହ୍ନ 11ଟାରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ଦେଇଛନ୍ତି I ରାଜ୍ୟପାଳଙ୍କ ମୁହଁରେ ସରକାରୀ ପ୍ରଶସ୍ତି ଗାନ କରିଛନ୍ତି ସରକାର I ରାଜ୍ୟପାଳଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଦୁଇ ଦିନ ଆଲୋଚନା ହେବ । ତେବେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ଦିବଂଗତ ରାଜ୍ୟପାଳ, ସଦସ୍ୟ ଓ ସମାଜସେବୀଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା I ସେମାନେ ଥିଲେ..

ସ୍ୱର୍ଗତଃ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ, ଓଡିଶାର ପୂର୍ବତନ ରାଜ୍ୟପାଳ ସ୍ବର୍ଗତଃ ସୁରେନ୍ଦ୍ରନାଥ ନାୟକ, ପୂର୍ବତନ ଉପ ବାଚସ୍ପତି ଓ ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଦାମୋଦର ରାଉତ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଡମ୍ବରୁଧର ଉଲ୍ଲାକା, ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ କମଳା ଦାସ, ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ଭି. ସୁଜ୍ଞାନ କୁମାରୀ ଦେଓ, ପୂର୍ବତନ ସଦସ୍ୟା ସ୍ବର୍ଗତଃ ଆଦିତ୍ୟ ମାଢୀ, ପୂର୍ବତନ ସଦସ୍ୟ ପଦ୍ମଶ୍ରୀ ସ୍ବର୍ଗତଃ କମଳା ପୂଜାରୀ, ବିଶିଷ୍ଟ ସମାଜସେବୀ ସ୍ବର୍ଗତଃ ହିମାଂଶୁ ଶେଖର ରଥ, ପୂର୍ବତନ କନେଷ୍ଟବଳ, ଓଡିଶା ପୋଲିସ୍ I

  • ୨୫ରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ।
  • ୨୪ରେ ଉପବାଚସ୍ପତି ନିର୍ବାଚନ ହେବ।   
  • ବିରୋଧୀ ଦଳ ଆସନରେ ବସିଛନ୍ତି ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକ I
  • ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦିଷ୍ଟ ଆସନରେ ବସିଛନ୍ତି I

ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଡିଜିପି ଅରୁଣ ଷଡଙ୍ଗୀ କହିଛନ୍ତି ଯେ,ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ। ମାଷ୍ଟର କ୍ୟାଣ୍ଟିନରୁ ବିଧାନସଭା ପୂରା ଅଞ୍ଚଳ ସିସିଟିଭିରେ ରହିଛି । ସେହିପରି ବିଧାନସଭାର ପ୍ରବେଶ ଓ ପ୍ରସ୍ଥାନ ପଥରେ ରହିଛନ୍ତି ସଶସ୍ତ୍ର ବାହିନୀ।

  ଭୁବନେଶ୍ୱର ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାରେ ୨ ସେକ୍ସନ କ୍ୟୁଆରଟି ଟିମ୍‌, ୨ ୟୁନିଟ୍‌ ଏସ୍‌ଟିୟୁ, ଡଗ୍‌ ସ୍କ୍ୱାଡ୍‌ ଓ ବମ୍‌ ସ୍କ୍ୱାଡ୍‌ ମଧ୍ୟ ସାମିଲ ହୋଇଛନ୍ତି । ତେବେ ବିଧାନସଭା ଚାଲୁଥିବା ସମୟରେ ଯାନବାହନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଧାନସଭା ସଂଲଗ୍ନ ରାସ୍ତାରେ କଟକଣା ଜାରି କରାଯାଇଛି । ଅର୍ବାନ ପୁଲିସ୍‌ ଆକ୍ଟରେ ପୁଲିସ୍‌ କିଛି ରାସ୍ତାକୁ ବନ୍ଦ କରିଛି ।

Leave A Reply

Your email address will not be published.