ଆଉ 65 ଓଡିଆ ଛାତ୍ରଛାତ୍ରୀ ଖାରକିଭରୁ ଉଦ୍ଧାର

0

  • ବର୍ତ୍ତମାନ ସୁଦ୍ଧା ଓଡ଼ିଶା ଫେରିଲେ 199 ଓଡ଼ିଆ ଛାତ୍ରଛାତ୍ରୀ
  • ଓଡିଶା ସରକାର ସ୍ବତନ୍ତ୍ର ବସରେ ବ୍ୟବସ୍ଥା କରି ନିରାପଦ ସ୍ଥାନକୁ ଆଣିଲେ
  • ସବୁ ଛାତ୍ରଛାତ୍ରୀଙ୍କୁ ଆଜି ସୁଦ୍ଧା ଉଦ୍ଧାର କରି ଭାରତକୁ ଆଣିବା ପ୍ରକ୍ରିୟା ଜାରି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର//TATKAL ODISHA//

ଯୁଦ୍ଧ  ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ  ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ସେମାନଙ୍କ ମଧ୍ୟରୁ 65ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ  ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା  ସବୁ ଛାତ୍ରଛାତ୍ରୀଙ୍କୁ  ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି। 

ଏ ପର୍ଯ୍ୟନ୍ତ 199ଛାତ୍ରଛାତ୍ରୀ ନିରାପଦ ରେ ଭାରତରେ ପହଞ୍ଚି ସାରିଛନ୍ତି ।
ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ।

ନୂଆଦିଲ୍ଲୀ ସ୍ଥିତ Resident commission office ଉଦ୍ଧାର କାର୍ଯ୍ୟ ରେ ସମନ୍ୱୟ ରକ୍ଷା କରୁଛନ୍ତି ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।

Leave A Reply

Your email address will not be published.