ଆଉ 591 ଆକ୍ରାନ୍ତ : ଗଡ଼ିଲା 3 ମୁଣ୍ଡ
ଭୁବନେଶ୍ୱର, (ତତ୍କାଳ ଓଡିଶା ବ୍ୟୁରୋ): ଜୁନ ମାସ ଅପେକ୍ଷା ଜୁଲାଇ ମାସରେ ହିଁ ସ୍ଥିତି ବେଶୀ ସଂଗୀନ I ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ଯା ହୁ ହୁ ବଢିଛି I ଶନିବାର 591 ଆକ୍ରାନ୍ତ ଚି଼ହ୍ନଟ ହୋଇଛି I ଏମାନଙ୍କ ମଧ୍ୟରେ 394 ସଙ୍ଗରୋଧ କେନ୍ଦ୍ରରେ ଏବଂ 197 ସ୍ଥାନୀୟ ସଂକ୍ରମଣ I ଦିନକରେ 3 ମୁଣ୍ଡ ଗଡିଛି I ମୃତ୍ୟୁ ସଂଖ୍ଯା 86ରେ ପହଞ୍ଚିଛି I ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ଯା 16,000କୁ ଟପିଛି I ଏଭଳି ଢଙ୍ଗରେ ମହାମାରୀ କରୋନା ମାଡ଼ି ଚାଲିଛି I ଫଳରେ ବିଗିଡ଼ି ଗଲାଣି ସ୍ଥିତି I
ରାଜ୍ଯ ସ୍ବାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ତଥ୍ଯ ଅନୁସାରେ କେବଳ ଶନିବାର ଦିନକରେ 3 ମୁଣ୍ଡ ଗଡ଼ିଛି I ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ 3,77,893 ଟି ନମୁନା କୋଭିଡ୍-19 ପରୀକ୍ଷା କରାଯାଇଛି I
ସମୁଦାୟ 16701ପଜିଟିଭ୍ ଚିହ୍ନଟ ହୋଇଛନ୍ତି ା 11,330 ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଫେରିଛନ୍ତି ା 86 କୋଭିଡ୍-19 ରୋଗୀଙ୍କର ମୁଣ୍ଡ ଗଡିଛି I ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ଯା 5259 ରହିଛି ା
ଗତ ଜୁନ 9ରେ ଆକ୍ରାନ୍ତଙ୍କ ସଂଖ୍ଯା 3 ହଜାରକୁ ଟପିଥିଲାବେଳେ ଜୁନ 15ରେ 4 ହଜାର, ଜୁନ 26ରେ 6 ହଜାର, ଜୁନ 30ରେ 7 ହଜାରକୁ ବଢିଥିଲା ହେଲେ ଜୁଲାଇ 3ରେ 7 ହଜାର, ଜୁଲାଇ 4ରେ 8 ହଜାର ଓ ଜୁଲାଇ 5ରେ 9 ହଜାର ଆକ୍ରାନ୍ତଙ୍କ ସଂଖ୍ଯା ବଢିଛି I ଜୁଲାଇ 18ରେ 16,000 ଟପିଛି I
ଦେଖନ୍ତୁ ରାଜ୍ୟରେ କରୋନା ସ୍ଥିତି..…………………………………….
New Positive Cases: 591
In Quarantine: 394
Local Contacts: 197