ଆଉ ଜଣେ ଗାନ୍ଧୀ ମଣିଷ ଚାଲି ଗଲେ
ଭୁବନେଶ୍ୱର / ରେଢ଼ାଖୋଲ, (ତତ୍କାଳ ଓଡିଶା ବ୍ୟୁରୋ): ଓଡ଼ିଶାର ଅନ୍ୟତମ “ଗାନ୍ଧୀ ମଣିଷ”, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ରେଢାଖୋଲର ପୂର୍ବତନ ବିଧାୟକ ଅଭିମନ୍ୟୁ କୁମ୍ବର ଆଉ ଇହ ଜଗତରେ ନାହାଁନ୍ତି I ସେ ରବିବାର ପୂର୍ବାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 92 ହୋଇଥିଲା I
ପିଲାଟି ଦିନରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ ଅଭିମନ୍ୟୁ I ସେ ଗାନ୍ଧୀଙ୍କୁ “ଦଳିତଙ୍କ ଈଶ୍ୱର” ଭାବରେ ବିବେଚନା କରୁଥିଲେ I 1934ରେ ଗାନ୍ଧିଜୀ ସମ୍ବଲପୁର ଗସ୍ତ କରିଥିଲାବେଳେ ଯୁବ ଅଭିମନ୍ୟୁ ତାଙ୍କୁ ଭେଟି ନିଜକୁ ଧନ୍ୟ ମଣିଥିଲେ I ତେଣୁ ସେ ପରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ସହ ‘ଗାନ୍ଧୀ ମନ୍ଦିର’ ଭତ୍ରା ଠାରେ ପ୍ରତିଷ୍ଠା କରିଥିଲେ Iଏହି ମନ୍ଦିର ପାଇଁ ସାରା ଦେଶରେ ଚର୍ଚିତ ହୋଇଥିବା ଏହି ଦଳିତ ନେତା ସ୍ୱାଧୀନତା ପରେ ରେଢାଖୋଲର ବିଧାୟକ ହୋଇଥିଲେ I ସେ କଂଗ୍ରେସ ଟିକେଟରୁ 4 ଥର ରେଢ଼ାଖୋଲ ବିଧାନସଭା ଆସନରୁ ବିଜୟୀ ହୋଇଥିଲେ I ଏହି ବର୍ଷିଆନ ନେତା, ପୂର୍ବତନ ବିଧାୟକ ଓ ଗାନ୍ଧୀ ମଣିଷ ଅଭିମନ୍ୟୁ କୁମ୍ବର ଆର ପାରିକୁ ଯିବାର ଖବର ପ୍ରଚାର ହେବା ମାତ୍ରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସ ଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I
*Inspired by Mahatma Gandhi during his visit to SAMBALPUR in 1934, Dalit MLA Abhimanyu Kumbhar wanted to build the Gandhi temple in Bhatra,as he considered Gandhi as God of Dalits. Four time MLA Abhimanyu Kumbhar is no more (92). My deepest condolences.