ଆଉ ଏକ ଲଘୁଚାପ : ଉତ୍ତର ଓଡ଼ିଶାର ଦୁଇ ଜିଲ୍ଲାରେ ‘ଅରେଞ୍ଜ ଓ୍ବାର୍ଣ୍ଣିଂ’

0

 

  • ଦୁଇ ଜିଲ୍ଲାରେ ପବଳରୁ ଅତି ପ୍ରବଳ ବର୍ଷା 
  • ପନ୍ଦର ଜିଲ୍ଲାରେ ୟେଲୋ  ଓ୍ବାର୍ଣ୍ଣିଂ ଜାରି
  • ନୂଆଦିଲ୍ଲୀ, ଭୁବନେଶ୍ୱର//TATKAL ODHISHA//

ପଶ୍ଚିମବଙ୍ଗର ଗାଙ୍ଗେୟ ତ୍ରିକୋଣଭୂମି ଅଞ୍ଚଳରେ ସୃଷ୍ଟ ଘୁର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ ଓ ତତସଂଲଗ୍ନ ଉତ୍ତର-ଓଡ଼ିଶାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଅଧିକ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ  ଉତ୍ତର ଓଡ଼ିଶାର ଜିଲ୍ଲା ମୟୁରଭଞ୍ଜ, ବାଲେଶ୍ବରର କିଛି ଅଂଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲ୍ଲା ଲାଗି ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରିହୋଇଛି I ସେହିପରି 15 ଜିଲ୍ଲାରେ  ୟେଲୋ  ଓ୍ବାର୍ଣ୍ଣିଂ ଜାରି କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ।

ଭୀଷଣ ବର୍ଷା

   ରିପୋର୍ଟ ଅନୁସାରେ ଲଘୁଚାପ କ୍ଷେତ୍ର ସହ ଜଡ଼ିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି I ଏଥିଯୋଗୁଁ ଲଗାଣ ବର୍ଷା ଆଉ କିଛି ଦିନ ଜାରି ରହିବ I   ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ I ଏଥିସହ  କେନ୍ଦ୍ରାପଡ଼ା ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଓ ଢେଙ୍କାନାଳ ଜିଲ୍ଲାରେ ବି ବର୍ଷା ହେବ I ସେଥିପାଇଁ  ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି I

Leave A Reply

Your email address will not be published.