ଆଉ ଏକ ବର୍ଷ ବୃଦ୍ଧି ହେଲା ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା
- ନୂଆ ଆବେଦନ କରିବାର ଆବଶ୍ୟକତା ନାହିଁ
ଭୁବନେଶ୍ୱର//TATKAL ODISHA//
ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା ଆଉ ଏକ ବର୍ଷ ବୃଦ୍ଧି କରାଯାଇଛି।
ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଥିଲା,ଏହାକୁ ରାଜ୍ୟ ସରକାର ଆଉ ଏକ ବର୍ଷ ନିମନ୍ତେ ବୃଦ୍ଧି କରିଛନ୍ତି। ପୂର୍ବ ବର୍ଷ ତାଲିକା କାର୍ଯ୍ୟ କରିବ।
ପୁଣିଥରେ ଆବେଦନ ଜରୁରୀ ନାହିଁ।
- ୧) ଯେଉଁ ସାମ୍ୱାଦିକ ଗଣ ନିଜେ କାର୍ଯ୍ୟ କରୁଥିବା ସମ୍ପୃକ୍ତ ଗଣ ମାଧ୍ୟମରେ ପରିବର୍ତ୍ତନ କରିଛନ୍ତି, ଅନ୍ୟ ଏକ ଗଣ ମାଧ୍ୟମରେ କାର୍ଯ୍ୟ କରୁଛନ୍ତି ତେବେ ସେମାନେ ନିଜ ସମ୍ପାଦକଙ୍କ ଦ୍ବାରା ପତ୍ର ମାଧ୍ୟମରେ ଜାଣନ୍ତୁ। ଯାହା ଫଳରେ ସେମାନଙ୍କ ଗଣ ମାଧ୍ୟମର ନାମ ପରିବର୍ତ୍ତନ କରାଯାଇ ପାରିବ।
- ୨) କେହି ଯଦି ଗଣମାଧ୍ୟମ ଛାଡିଛନ୍ତି, ତେବେ ଲିଖିତ ଜଣାଇବେ।
- ୩) କୌଣସି ଗଣ ମାଧ୍ୟମ ବ୍ୟକ୍ତି ଯଦି ଇହଲିଲା ସମ୍ଭରଣ କରିଛନ୍ତି ତାହା ଜାଣନ୍ତୁ ତେବେ ସେମାନଙ୍କ ନାମ ତାଲିକାରୁ ବାଦ୍ ଦିଆଯିବ।
- ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରାଜ୍ୟର ସବୁ ଡିପିଆରଓଙ୍କୁ ଚିଠି ଲେଖି ସାମ୍ବାଦିକଙ୍କ ସହ ସମ୍ପର୍କ କରିବାକୁ ନିର୍ଦେଶ ଦିଆଯାଇଛି I
ଦେଖନ୍ତୁ TATKAL ODISHA ରେ କଣ ରିପୋର୍ଟ ପ୍ରକାଶ ପାଇଥିଲା…
// TATKAL FOCUS //
୨୦୩୬ ସୁଦ୍ଧା ଓଡିଶା ଅର୍ଥନୀତି ହେବ ୫୦୦ ବିଲିଅନ୍ ଡଲାର: ମୁଖ୍ୟମନ୍ତ୍ରୀ