ଆଉ ଇହଜଗତରେ ନାହାନ୍ତି ସବୁଜ ବିପ୍ଳବର ଜନକ, ପଦ୍ମ ବିଭୂଷଣ ବୈଜ୍ଞାନିକ ଏମଏସ ସ୍ୱାମୀନାଥନ
ଚେନ୍ନାଇ, ଭୁବନେଶ୍ୱର//TATKAL ODISHA//
ଭାରତର ସବୁଜ ବିପ୍ଳବର ଜନକ,ବିଶିଷ୍ଟ କୃଷି ବୈଜ୍ଞାନିକ ତଥା ପଦ୍ମ ବିଭୂଷଣ ଏମ.ଏସ ସ୍ୱାମୀନାଥନ ଆଉ ଇହଜଗତରେ ନାହାନ୍ତି I
ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା I ସାରା ଜୀବନ କୃଷି ଓ କୃଷକଙ୍କ ସାମଗ୍ରିକ ଉନ୍ନତି ପାଇଁ ନିଜକୁ ଉତ୍ସର୍ଗ କରିଥିଲେ I ଅଧିକ ଅମଳକ୍ଷମ କିସମର ଧାନ ବିକଶିତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
“ଓଡ଼ିଶାରେ କୋରାପୁଟ ବିଲୁପ୍ତପ୍ରାୟ ଧାନ ଉପରେ ସ୍ୱାମୀନାଥନଙ୍କ ଫାଉଣ୍ଡେସନ କାର୍ଯ୍ୟ ଜାରି ରଖିଛି “
୧୯୭୧ରେ ସ୍ୱାମୀନାଥନ ‘ରମଣ ମାଗାସେସେ’ ସମ୍ମାନ ପାଇଥିଲେ I ପରେ ଅର୍ଥାତ ୧୯୮୭ରେ ସ୍ୱାମୀନାଥନ ପ୍ରଥମ ବିଶ୍ୱ ଖାଦ୍ୟ ପୁରସ୍କାର ପାଇଲେ I ଏହା ପରେ ସେ ଚେନ୍ନାଇରେ ଏମ୍. ଏସ ସ୍ୱାମୀନାଥନ ଗବେଷକ ଫାଉଣ୍ଡେସନ ପ୍ରତିଷ୍ଠା କରି ଓଡ଼ିଶା ସମେତ ସାରା ଦେଶରେ ଗବେଷଣାରେ ବ୍ରତୀ ହେଲେ I କୋରାପୁଟ ବିଲୁପ୍ତପ୍ରାୟ ଧାନ ଏବଂ ମୃତ୍ତିକା କ୍ଷୟ ଉପରେ ତାଙ୍କ ଫାଉଣ୍ଡେସନ କାର୍ଯ୍ୟ ଜାରି ରଖିଛି I
ତାଙ୍କ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରି ଏକ ଅପୂରଣୀୟ କ୍ଷତି ହେଲା ବୋଲି ପ୍ରକାଶ କରିଛନ୍ତି I