ଆଇପିଏସ ବଦଳି : ପିନାକ ମିଶ୍ର ଭୁବନେଶ୍ୱରର ନୂଆ ଡିସିପି 

0

ଭୁବନେଶ୍ୱର,//TATKAL ODISHA//

ରାଜ୍ୟ ସରକାର ଭୁବନେଶ୍ୱର ଡିସିପି ସହ ବିଭିନ୍ନ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକମାନଙ୍କୁ ବଦଳି କରିଛନ୍ତି ।

  • ୨୦୧୧ ବ୍ୟାଚ୍‌ର ଆଇପିଏସ୍‌ ତଥା  ପୁରୀ ଏସ୍‌ପି  ପିନାକ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି। ତାଙ୍କ ସ୍ଥାନରେ ଥିବା ୨୦୧୪ ବ୍ୟାଚ୍ ଆଇପିଏସ୍  ପ୍ରତୀକ ସିଂହ କଟକ ଗ୍ରାମାଞ୍ଚଳ ଏସ୍‌ପି ଭାବେ ବଦଳି ହୋଇଛନ୍ତି ।
  • ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଥିବାବେଳେ ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ  ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯଇଛି । 
  • ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଆଇପିଏସ ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଥିବାବେଳେ  କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ବି ଭିଜିଲାନ୍ସ ଏସ୍‌ପି ଭାବେ ବଦଳି ହୋଇଛନ୍ତି । 
  • ଯାଜପୁର ଏସ୍‌ପି ଥିବା ୨୦୧୬ ବ୍ୟାଚ୍‌ର ଆଇପିଏସ୍ ବିନିତ ଅଗ୍ରୱାଲ ପୁରୀ ଏସ୍‌ପି ହୋଇଥିବା ବେଳେ  ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍  ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି।
  • ନୟାଗଡ଼ ଏସ୍‌ପି ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍  ରାହୁଲ ଜୈନଙ୍କୁ ଅନୁଗୋଳ ଏସ୍‌ପି ଭାବେ ବଦଳି କରାଯାଇଥିବାବେଳେ ଭିଜିଲାନ୍ସ ଏସ୍‌ପି ଥିବା ଡାକ୍ତର ଏସ୍‌. ବିବେକ ଏମ୍‌ ବ୍ରହ୍ମପୁର ଏସ୍‌ପି ଭାବେ ବଦଳି ହୋଇଛନ୍ତି । ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଦେଖନ୍ତୁ ତାଲିକା…

Leave A Reply

Your email address will not be published.