ଅସହାୟ

0

* GUEST EDITOR//ଶ୍ରୀକାନ୍ତ ଦାଶ//
**************************************

ଟିକିଏ କଥାରେ ଗୃହ ମୁଲତଵୀ ଶୋଭନୀୟ ନୁହେଁ |ଗୃହ ବିବରଣୀରେ ଅନେକ କଥା ଆଲୋଚନା ପାଇଁ ରହିଥାଏ |ମାତ୍ର ଗୋଟିଏ ପ୍ରସଙ୍ଗରେ ଅଡ଼ି ରହି ଅନ୍ୟ ପ୍ରସଙ୍ଗକୁ ଏଡେଇ ଯିବା ଦାୟିତ୍ୱ ପୂର୍ଣ୍ଣ ବିରୋଧୀଦଳର କାର୍ଯ୍ୟ ବି ନୁହେଁ |ତେବେ ବିରୋଧୀଙ୍କ ପ୍ରସଙ୍ଗକୁ ଆଲୋଚନା କଲେ କ୍ଷତି କଣ? ମୁଖ୍ୟମନ୍ତ୍ରୀ ବି ଗୃହରେ  ଉପସ୍ଥିତି ରହିବା ଜରୁରୀ ମନେ ହୁଏ…
****************************************
16 ଅକ୍ଟୋବର 1946ରେ ଜନ୍ମ ଗ୍ରହଣ କରିଥିବା ନବୀନ ପଟ୍ଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦୀର୍ଘ 22ବର୍ଷ ଧରି ରହିଛନ୍ତି | ଓଡ଼ିଶାର ଅନ୍ୟତମ ବରପୁତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ନବୀନ ବାବୁ 5 ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ଇତିହାସ ରଚିଛନ୍ତି | ମୋ ମତରେ ସେ ହେଉଛନ୍ତି ‘ସ୍ଥିତପ୍ରଜ୍ଞ ନବୀନ ‘ |

ସତରେ ସେ ଜଣେ ଧୀମାନ, ସ୍ଥିର ବୁଦ୍ଧି ସମ୍ପର୍ଣ୍ଣ, ସ୍ୱଳ୍ପ ତଥା ମିଷ୍ଟ ଭାଷୀ, ନିଷ୍ପତ୍ତି ନେବାରେ ଦୃଢ଼  ବ୍ୟକ୍ତି |ଆଉ ମଧ୍ୟ ସେ ଚିତ୍ର କଳା ପ୍ରିୟ, ସୁଲେଖକ, ସାହିତ୍ୟ, ସଂସ୍କୃତି କ୍ରୀଡାପ୍ରେମୀ ଉଦାର ବ୍ୟକ୍ତି ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି |ସେଥିପାଇଁ ମୋ ଭଳି ଅନେକଙ୍କ ପାଇଁ ସେ ଆଦର୍ଶ ବ୍ୟକ୍ତି  |

ଗୃହ ମଝିରେ ତିନି ଦଳର ପ୍ରତିବାଦ

ନବୀନଙ୍କ ବ୍ୟକ୍ତିତ୍ୱ ତାଙ୍କର ଚତୁର୍ଥ ପାଳି ମୁଖ୍ୟମନ୍ତ୍ରୀତ୍ବ ଯାଏଁ ପ୍ରାୟ ଅକ୍ଷୁର୍ଣ ଥିଲା |ତାଙ୍କ ଆଚରଣ ଓ ଉଚ୍ଚାରଣରେ ପ୍ରାୟ ମେଳ ରହୁଥିଲା |ମାତ୍ର ପଞ୍ଚମ ପାଳିରେ ତାଙ୍କ ବ୍ୟକ୍ତିତ୍ୱର ଅବକ୍ଷୟ ଘଟିବା ସହିତ ସେ ନିଷ୍ପତ୍ତି ନେବାରେ ଦୁର୍ବଳ ବୋଲି ସମସ୍ତେ ଅନୁଭବ କରୁଛନ୍ତି |

ବେଳେ ବେଳେ ବିଜ୍ଞ ବ୍ୟକ୍ତି ଭୁଲ କରନ୍ତି ଓ ପରେ ଜାଣି ସଂଶୋଧନ କରନ୍ତି |ମାତ୍ର ନବୀନଙ୍କ ପାଖରେ ଏ ଗୁଣରେ ଘୁଣ ଲାଗିଯାଇଛି ବୋଲି ବିରୋଧୀ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି I

  • ସତରେ କଣ ତାହା ସତ ?  

  ଦୁର୍ନୀତି ବିରୋଧୀ ମାନସିକତାନେଇ ନବୀନ ଆଗରୁ ଯେଭଳି ନିଷ୍ପତ୍ତି ନେଉଥିଲେ, ତାହା ଆଜି ସ୍ବପ୍ନ |ଓଡିଶାର କୋଣ ଅନୁକୋଣ ଆଜି ତାଙ୍କର ଏ ପ୍ରକାର ଭାବ ଦେଖି ବିଶ୍ୱାସ କରି ପାରୁନାହାନ୍ତି ଯେ ଏ କଣ ସେଇ ନବୀନ?       

ନିଷ୍ପତ୍ତି ନେବାରେ ଅବହେଳା ତାଙ୍କୁ  ଲୋକଲୋଚନରେ ନିନ୍ଦିତ କରୁଛି |
‘ପରୀ’ ଘଟଣାରେ ସେ ଦୃଢ଼ ନିଷ୍ପତ୍ତି ନ ନେବା ତାଙ୍କୁ  ଆଜି ଅନ୍ୟ ଘଟଣାରେ ନିରବ ରହିବାକୁ ବାଧ୍ୟ କରୁଛି, ଏହା ମୋର ବ୍ୟକ୍ତିଗତ ମତ | ତାହା ନବୀନଙ୍କ ତଣ୍ଟିରେ କଣ୍ଟା ହୋଇ ଲାଗିଛି |

ତାଙ୍କପରି ଜ୍ଞାନୀ କିଭଳି ବୁଝି ପାରୁନାହାନ୍ତି ‘ଗୃହ ବିଭାଗର ମନ୍ତ୍ରୀଙ୍କ ବିରୁଦ୍ଧରେ ପୋଲିସ କିପରି ନିରପେକ୍ଷ ତଦନ୍ତ କରିବ?  ତାଙ୍କ ଉକ୍ତି “ଆଇନ ତା ବାଟରେ ଯିବ ‘ମଧ୍ୟ ତିନି ଛକିରେ  |କାରଣ ଆଇନ ଦେବୀଙ୍କ ଆଖି ବନ୍ଧା ଯାଇଛି, ହାତର ନିକିତି ଅସମତୁଲ ରହିଛି | ଆଇନ ଦେବୀଙ୍କୁ ଯୁଆଡେ ନେବ, ସେ ସିଆଡେ ଯିବେ ‘

ଏବେ  ଚିନ୍ତାଜନକ ବିଷୟ ହେଉଛି ବିଧାନସଭା ନ ଚାଲିବା | ଏହା ସାରା ଓଡିଶା ବାସୀଙ୍କୁ  ବ୍ୟଥିତ କରୁଛି|

ବିଧାନସଭା 6 ଦିନ ଅଚଳ ହେଲାଣି, ବିରୋଧୀଙ୍କୁ ଶାସକ ଗୋଷ୍ଠୀ ସଂଖ୍ୟା ଖେଳରେ ଭୃକ୍ଷେପ କରୁନାହାନ୍ତି, ଲୋକଙ୍କ ପଇସା ବରବାଦ ହେଉଛି |ଏ ବଡ଼ ବିଚିତ୍ର ସ୍ଥିତି  ଆଜି ରାଜ୍ୟରେ ଦେଖା ଦେଇଛି | ବିଧାନସଭା ଚଲେଇବା ଦାୟିତ୍ୱ ସରକାରଙ୍କର  | ଗୃହର ନେତା ଭାବେ ମୁଖ୍ୟ ଭାବେ ମୁଖ୍ୟମନ୍ତ୍ରୀଙ୍କର ଏ ଦିଗରେ ଗୁରୁଦାୟିତ୍ୱ ରହିଛି |

ଟିକିଏ କଥାରେ ଗୃହ ମୁଲତଵୀ ଶୋଭନୀୟ ନୁହେଁ |ଗୃହ ବିବରଣୀରେ ଅନେକ କଥା ଆଲୋଚନା ପାଇଁ ରହିଥାଏ |ମାତ୍ର ଗୋଟିଏ ପ୍ରସଙ୍ଗରେ ଅଡ଼ି ରହି ଅନ୍ୟ ପ୍ରସଙ୍ଗକୁ ଏଡେଇ ଯିବା ଦାୟିତ୍ୱ ପୂର୍ଣ୍ଣ ବିରୋଧୀଦଳର କାର୍ଯ୍ୟ ବି ନୁହେଁ |ତେବେ ବିରୋଧୀଙ୍କ ପ୍ରସଙ୍ଗକୁ ଆଲୋଚନା କଲେ କ୍ଷତି କଣ? ଆଉ ମୁଖ୍ୟମନ୍ତ୍ରୀଙ୍କ  ଗୃହରେ ଉପସ୍ଥିତି ଅନେକଦ୍ଵନ୍ଦକୁ ସମାଧାନ କରିଦେବ, କାରଣ ତାଙ୍କ ବ୍ୟକ୍ତିତ୍ୱ ସେପରି |

ବିରୋଧୀ ଓ ଶାସକ.. ଉଭୟେ ଜିଦ ଓ  କଠୋର ଅଭିମୁଖ୍ୟ  ଛାଡି ବିଧାନସଭାର ମର୍ଯ୍ୟାଦା ରକ୍ଷା ପାଇଁ ଆଗେଇ ଆସନ୍ତୁ |

ଏତିକି ଜଗନ୍ନାଥଙ୍କୁ ପ୍ରାର୍ଥନା ପ୍ରଭୁ  ମୁଖିଆଙ୍କୁ  ସଦବୁଦ୍ଧି ଦିଅନ୍ତୁ, ସେ ନିଜକୁ ଦୃଢ କରି ଓଡିଶା ହିତରେ ନିଷ୍ପତ୍ତି ନିଅନ୍ତୁ ଓ ନିଜର ଭାବମୂର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖନ୍ତୁ….


ଶ୍ରୀକାନ୍ତ ଦାଶ, ସଭାପତି, ‘ଅବି ‘ କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ I* ମୋବାଇଲ ନମ୍ବର –9238304919

(ବ୍ୟକ୍ତିଗତ ଅଭିବ୍ୟକ୍ତି)

Leave A Reply

Your email address will not be published.