ଅଢ଼େଇ ବର୍ଷ ଧରି ଲଟକିଛି ସାମ୍ବାଦିକଙ୍କ ଗୃହ, ଗାଡ଼ି ଋଣ ନିଷ୍ପତ୍ତି

0
  • ମୁଖ୍ୟମନ୍ତ୍ରୀ କହିଲେ, ବ୍ୟାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା

ଭୁବନେଶ୍ୱର//TATKAL ODISHA//

ଅଢ଼େଇ ବର୍ଷ ପୂର୍ବରୁ ସାମ୍ବାଦିକଙ୍କ ପାଇଁ ନିଆଯଇଥିବା ଗୃହ, ଗାଡ଼ି ଋଣ ନିଷ୍ପତ୍ତି ଏବେବି ଲଟକିଛି I କଣ ପାଇଁ ଏପରି ସ୍ଥିତି? ଏହି ପ୍ରସଙ୍ଗକୁ ନେଇ ଗୁରୁବାର ବିଧାନସଭାରେ ରାୟଗଡା ବିଧାୟକ କାଡ୍ରାକା ଆପାଲା ସ୍ୱାମୀ ପ୍ରଶ୍ନ ଉତ୍ଥାପନ କରିବା ପରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାର ଉତ୍ତର ଦେଇଛନ୍ତି I

ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମିଶିକରି ଦ୍ବିପାକ୍ଷିକ ପଦକ୍ଷେପ ନିଆଯିବ“: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୨୬ ନଭେମ୍ବର ୨୦୨୦ରେ ପ୍ରକାଶିତ ଅଧୀନିୟମରେ ଗୃହ, ଚାରି ଚକିଆ ଓ ଦୁଇ ଚକିୟା ଯାନ ଋଣର ସୁଧ ଉପରେ ୩ ପ୍ରତିଶତ ରିହାତିର ଉଲ୍ଲେଖ କରାଯାଇଛି । ଏହି ନିର୍ଦ୍ଦେଶିକାର କାର୍ଯ୍ୟକାରିତା ଉପରେ ନିମ୍ନଲିଖିତ ଅସୁବିଧା ହେତୁ କୌଣସି ନିଷ୍ପତ୍ତି ନିଆଯାଇପାରି ନାହିଁ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଢାଞ୍ଚା ଓ ପ୍ରକ୍ରିୟା ନିର୍ଦ୍ଧାରଣ କରିବା ସକାଶେ ନିର୍ଦ୍ଦେଶକ, ପ୍ରାତିଷ୍ଠାନିକ ଅର୍ଥ ବ୍ୟବସ୍ଥା (Director, Institutional Finance) ପତ୍ରାଳାପ ହୋଇଛି । ଏହି ପ୍ରସଙ୍ଗରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଆଲୋଚନା ହୋଇଛି। ବାର୍ଷିକ ୫୦,୦୦୦ ଟଙ୍କା ଆୟ ସୀମା ଅନ୍ତର୍ଭୁକ୍ତ ଋଣଗ୍ରହୀତା ସାମ୍ବାଦିକମାନଙ୍କ ଦ୍ବାରା ମୂଳ ଓ ସୁଧ (ରିହାତି ଯୁକ୍ତ)ର ପରିଶୋଧ ସମ୍ଭାବନା ସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ସହମତି ହୋଇପାରୁ ନାହିଁ । ଏସଂକ୍ରାନ୍ତରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହିତ ମିଶିକରି ଦ୍ବିପାକ୍ଷିକ ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ରାୟଗଡ଼ାଙ୍କ ସୁପାରିଶ ସହିତ ଗୃହ ଋଣ ପାଇଁ ଗୋଟିଏ ଆବେଦନ ବିଭାଗକୁ ଆସିଅଛି। ପୂର୍ବ ବର୍ଣ୍ଣିତ ପଦକ୍ଷେପ ଅନୁଯାୟୀ ଏହି ଆବେଦନର ବିଚାର କରାଯିବ। ରାଜ୍ୟର ସାମ୍ବାଦିକମାନେ ବାରମ୍ଵାର ଦାବୀ କରି ଆସୁଥିବା ସୁରକ୍ଷା ଉପରେ ସରକାର ସଚେତନ ଅଛନ୍ତି । ରାଜ୍ୟ ସରକାରଙ୍କ ଗୃହବିଭାଗ ପ୍ରଚଳିତ ଆଇନର ବ୍ୟବସ୍ଥା କ୍ରମେ ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇ ଥାଆନ୍ତି ବୋଲି ସେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.