ଅଜୟ ମହାପାତ୍ରଙ୍କ ନିଚ୍ଛକ ଗପ -‘ଗୁଣ୍ଡା’
- ଦ୍ଵିତୀୟ ଭାଗ
// ଗୁଣ୍ଡା //
ଇତି ସାମନ୍ତର ରଙ୍ଗଢ଼ଙ୍ଗରୁ ଶିବା ଜାଣିଲାଣି ଯେ ସେ ତାକୁ ଭଲ ପାଉଛି ।
ପ୍ରଥମେ ପ୍ରଥମେ ସେ ଆଶ୍ଚର୍ଯ୍ୟ ନ ହେଇ ରହିପାରିଲାନି, ପରେ ପରେ ସେ ଭାବିଲା ଏଇଟା ହୁଏତ ତା’ର ଗୋଟେ ମଜା କିମ୍ବା ପିଲାଳିଆମୀ ହେଲେ ଏବେ ସେ ଦେଖୁଛି କଥାଟା ମିଛ କିମ୍ବା ଥଟ୍ଟା ମଜା ନୁହେଁ- ପ୍ରେମ ବିଲକୁଲ ଏକ ତରଫା ।
ସମସ୍ତେ ଭାବନ୍ତି ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମର ହୁତୁ ହୁତୁ ନିଆଁ ଅନ୍ୟପଟେ ଶ୍ରାବଣର ଝିପି ଝିପି ବର୍ଷା, ପ୍ରେମ ଏଠି ଗ୍ରୀଷ୍ମ ଓ ବର୍ଷା ମଧ୍ୟରେ ଏକ ଚମତ୍କାର ସଂଯୋଗ ।
କିଛି ଫରକ ପଡ଼େନା ଇତି ସାମନ୍ତକୁ । ସେ ଚାହେଁ ଝିପି ଝିପି ହେଇ ବର୍ଷିଯିବ ଗ୍ରୀଷ୍ମର ଡହଡ଼ହ ରଢ଼ ନିଆଁରେ, ବସନ୍ତ ହେଇ ଫୁଟେଇବ ନାନା ରଙ୍ଗର ରଙ୍ଗିନ୍ ଫୁଲ ଆଉ ଶୁଣେଇବ କୋଇଲିର କୁହୁ କୁହୁ ତାନ ।
ଶିବାର ଫାଇନାଲ ଇଅର। କଲେଜରେ ଡ୍ରାମା କରିବା ପାଇଁ ଆୟୋଜନ ହେଲା । ସବୁ ବର୍ଷ ଭଳି ଡାଇରେକ୍ଟର ତାପସ ବୋଷ ମହୋଦୟ ଅଡ଼ିସନ୍ ଆରମ୍ଭ କଲେ । ଅଡ଼ିସନ୍ ଚାଲିଥିବା ଅଡ଼ିଟରିଅମ ହଲକୁ ଏକ ଡ୍ରାମାଟିକ୍ ଶୈଳୀରେ ପ୍ରବେଶ କଲା ଶିବା। ଶିବାକୁ ଦେଖୁ ଦେଖୁ ଡାଇରେକ୍ଟର କହିଉଠିଲେ,
“ଆପଣତ ତେରେନାମ୍ର ସଲମନ ଖାଁ। ତମେ ଏଇ ଡ୍ରାମାର ହିରୋ ହବ ହିରୋ।”
–ନାଁ- କହି ଚିତ୍କାର କଲା ଶିବା।
“ଇତିଙ୍କ ମନରେ ଅସୁମାରୀ ସ୍ୱପ୍ନ ଏଇଠି ସେ ତାଙ୍କ ହୃଦୟର ମଣିଷ ଶିବା ଗୁଣ୍ଡାର ପଥର ଭଳି ହୃଦୟଟାକୁ ବରଫ ଭଳି ତରଳେଇ ଦେବେ। ସେ ନାୟକର ନ ହୋଇ ହେବେ ଜୋକର “
ଶିବାର ଚିତ୍କାରରେ ସମସ୍ତେ ଡରି ନିରବ ହେଇଗଲେ, ଶିବା ଡାଇରେକ୍ଟରକୁ ଚାହିଁଲା। ସେତେବେଳେ ଡାଇରେକ୍ଟର ବୋଷବାବୁର ପିଳେହି ପାଣି, ପାଖା ପାଖ ପ୍ଯାଣ୍ଟ ଓଦା ହେବା ଉପରେ । ନିସ୍ତବ୍ଧତାକୁ ଭଙ୍ଗକରି ଶିବା ହୋ… ହୋ… ହୋଇ ଏକ ତନାୟକର ହସି ହସି କହିଲା;
“ମୋ ଚେହେରାରେ ତମକୁ ହିରୋ ଦେଖାଯାଉଛି ? ମୁଁ ଗୁଣ୍ଡା ! .. ମୁଁ ଖଳନାୟକ ! ମୁଁ ଏ ଡ୍ରାମାରେ ଖଳନାୟକ ହେବି।”
ଡାଇରେକ୍ଟର ମହୋଦୟ କାଳବିଳମ୍ବ ନକରି ହଁ ଭରିଲେ ଧଇଁ ସଇଁ ହୋଇ ଟିକେ ନିଶ୍ବାସ ନେଲେ |
ପରଦିନ ଡ୍ରାମାର ରିହଲସଲ୍ ଆରମ୍ଭ ହେଲା, ହିରୋଇନ୍ ଥିଲେ ଇତି ସାମନ୍ତ । ଇତିଙ୍କ ମନରେ ଅସୁମାରୀ ସ୍ୱପ୍ନ ଏଇଠି ସେ ତାଙ୍କ ହୃଦୟର ମଣିଷ ଶିବା ଗୁଣ୍ଡାର ପଥର ଭଳି ହୃଦୟଟାକୁ ବରଫ ଭଳି ତରଳେଇ ଦେବେ। ସେ ନାୟକର ନ ହୋଇ ହେବେ ଜୋକର l ନୂଆ ଏକ ଅଧ୍ୟାୟ ଯୋଡ଼ିଦେବେ ତାଙ୍କ ଜୀବନରେ l ହେଲେ ସେମିତି କିଛି ଘଟଣା ଘଟିଲାନି ଇତି ସାମନ୍ତଙ୍କ କପାଳରେ ।
ଏମିତି ଗୋଟେ ସିନ୍ ଥିଲା ଯେଉଁ ସିନ୍ରେ ଶିବା ଗୁଣ୍ଡାକୁ ଡାଇରେକ୍ଟର ବୋଷବାବୁ କହିଲେ, “ ତମେ କଲେଜ ଖଟିରେ ବସି ସିଗାରେଟ୍ ଟାଣୁଛ ଆଉ ହିରୋଇନ୍ ଇତି ସାମନ୍ତ ସେଇବାଟେ ଯିବ, ଆଉ ତମେ ତାକୁ ଦେଖୁ କମେଣ୍ଟ କରି ତା ଶାଢ଼ୀ ଟାଣିବ।” ବିରାଟ ଏକ ଚିତ୍କାର… (କ୍ରମଶଃ )