୮ରେ ବାତ୍ୟା, ୧୦ରେ ଲ୍ୟାଣ୍ଡିଂ

0
  • ମଇ 3ରେ ଆସିଥିବା ‘ଫନି’ ସ୍ମୃତି ଜାଗ୍ରତ କଲା
  • ପବନର ବେଗ କିମି ପ୍ରତି 90 ଛୁଇଁପାରେ
  • ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପ୍ରଭାବ
  • ନୂଆଦିଲ୍ଲୀ,ଭୁବନେଶ୍ୱର //TATKAL ODISHA//

ମଇ ତିନିରେ ଆସିଥିଲା ବାତ୍ୟା ‘ଫନି’ I ଠିକ ସେହି ମଇ ମାସ ଆଠରେ ଆସିବ ବାତ୍ୟା ‘ଆସାନି‘ I ଏହାର ଚବିଶ ଘଣ୍ଟା ପରେ ଅର୍ଥାତ ମଇ ଦଶରେ ବାତ୍ୟା ଉପକୂଳ ସ୍ପର୍ଶ ବା ଲ୍ୟାଣ୍ଡିଂ କରିବ I ଫଳରେ ଓଡ଼ିଶା ସରକାରଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବା ସହ 18 ଜିଲ୍ଲାପାଳଙ୍କୁ ଆଲର୍ଟ କରାଯାଇଛି I

* ବାତ୍ୟାର ଗତିପଥ…. IMD ରିପୋର୍ଟ..

ଭାରତୀୟ ପାଣିପାଗ ବିଭାଗ( ଆଇଏମଡି ) କହିଛି ଯେ, ମଇ ୯ରେ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମି ଓ ୧୦ରେ ୭୦ରୁ ୮୦ କିମି ବେଗରେ ପବନ ବୋହିବ I ସମୟେ ସମୟେ ପବନର ବେଗ ବଢ଼ି ଘଣ୍ଟାପ୍ରତି ୮୫ କିମି ଛୁଇଁବ I

ମଇ ୧୦ରେ ସମୟେ ସମୟେ ପବନର ବେଗ ବଢି ୯୦କିମି ଛୁଇଁବ I ଏଥିପାଇଁ ୧୦ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ରରୁ କୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି I

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୧୦ରୁ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ପବନ ସହ ପ୍ରବଳ ବର୍ଷା ହେବ I

ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି I କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି I

Leave A Reply

Your email address will not be published.