୬ ନୂଆ ପ୍ରକଳ୍ପକୁ ସିଙ୍ଗଲ ଉଇଣ୍ଡୋ କ୍ଳିଅରାନ୍ସ

0

  • ଏକକ ବାତାୟନ ମାଧ୍ୟମରେ ୪୯୩.୬୨ କୋଟି ଟଙ୍କାର ୬ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ଅନୁମୋଦିତ
  • ଚିଲିକାରେ ପର୍ଯ୍ୟଟନ ବିକାଶ ନିମନ୍ତେ ମାଷ୍ଟର-ପ୍ଲାନ୍ ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, //TATKAL ODISHA//


ବ୍ୟବସାୟ ଅନୁକୁଳ ବାତାବରଣ, ପ୍ରଗତିଶୀଳ ଶିଳ୍ପ ନୀତି ଓ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ନୂଆ ପୁଞ୍ଜିନିବେଶ ପ୍ରସ୍ତାବ ଆକର୍ଷିତ କରିବାରେ ଆଗୁଆ ରାଜ୍ୟ ହୋଇ ରହିଛି ।

ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍ ୱିଣ୍ଡୋ) କମିଟି ବୈଠକରେ ୬ ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ ଅନୁମୋଦନ ଦିଆଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୪୯୩.୬୨ କୋଟି ଟଙ୍କାର ନୂଆ ପୁଞ୍ଜିନିବେଶ ହେବା ସହ ୧,୩୧୭ ଜଣଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟିହେବ ।
ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡିକର ବୈଷୟିକ, ଆର୍ଥିକ ଏବଂ ଭିତ୍ତିଭୂମି ସଂପର୍କିତ ବିଷୟ ଉପସ୍ଥାପନ ପୂର୍ବକ କହିଥିଲେ ଯେ ପ୍ରକଳ୍ପ ଗୁଡିକ ମୁଖ୍ୟତଃ ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଷ୍ଟିଲ୍ ଡ଼ାଉନଷ୍ଟ୍ରିମ୍ ଏବଂ ମାନୁଫାକ୍ଚରିଂ ସେକ୍ଟର ଅନ୍ତର୍ଭୁକ୍ତ । ଏସବୁ ପ୍ରକଳ୍ପ ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧିରେ ସହାୟକ ହେବ ।
ପ୍ରକଳ୍ପ ଗୁଡିକୁ ନୀତିଗତ ଅନୁମୋଦନ ଦେଇ ସେଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଏଥି ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦରେ ପର୍ଯ୍ୟଟନ ବିକାଶ ନିମନ୍ତେ ଏକ ମାଷ୍ଟର-ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚିଲିକାରେ ଥିବା ବିଭିନ୍ନ ଦୀପକୁ ମିଶାଇ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।
ପୂର୍ବରୁ ଅନୁମୋଦିତ ପ୍ରକଳ୍ପ ଗୁଡ଼ିକର ସମୟାନୁବନ୍ଧିତ ନିର୍ମାଣ ଏବଂ ଉତ୍ପାଦନ ଆରମ୍ଭ ଉପରେ ଗୁରୁତ୍ୱ ଆରୋପ କରି ଏହା ଉପରେ ଦୃଷ୍ଟି ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସବୁ ଶିଳ୍ପାନୁଷ୍ଠାନରେ ଓଡ଼ିଶାରୁ କୌଶଳ ପ୍ରାପ୍ତ(ସ୍କିଲ୍ଡ୍ ଇନ୍ ଓଡିଶା) ଯୁବକଯୁବତୀମାନଙ୍କର ନିଯୁକ୍ତି ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ନିର୍ଦ୍ଧାରିତ ମାନକ ଅନୁସାରେ ଶିଳ୍ପ ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଅନୁଶୀଳନ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ଇପିକଲ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଆଜି ନିତୀଗତ ଅନୁମୋଦନ ଲାଭ କରିଥିବା ୬ ଟି ପ୍ରକଳ୍ପ ଗୁଡ଼ିକ ନିମ୍ନ ପ୍ରକାର ।

  • କଂପାନୀ ପ୍ରସ୍ତାବିତ ପ୍ରକଳ୍ପ ପୁଞ୍ଜୀ(କୋଟିରେ) ନିଯୁକ୍ତି ସୁଯୋଗ(ବ୍ୟକ୍ତି ସଂଙ୍ଖ୍ୟାରେ)
    ଜଟିଆ ଷ୍ଟିଲ୍. ଲିଃ
  • କଳିଙ୍ଗ ନଗରଠାରେ ଷ୍ଟିଲ୍ଡ଼ାଉନ୍ଷ୍ଟ୍ରିମ୍ ୧୨୫ ରେବାର ଏବଂ ଏମ୍.ଟି ଓୟାର ରଡ୍ ମିଲ୍
    ୧୨୫ ୧୫୦
    ସରଙ୍ଗୀ ମେଟାଲ ୱାର୍କସ୍ ଇଣ୍ଟରନ୍ୟାସ୍ନାଲ୍ ପ୍ରା.ଲିଃ
    କଳିଙ୍ଗ ନଗରଠାରେ ଷ୍ଟିଲ୍ଡ଼ାଉନ୍ଷ୍ଟ୍ରିମ୍ ୟୁନିଟ୍ ଡ୍ରାଇଭ୍ ଲାଇନ୍ ଟର୍ୁ୍ୟି ଟ୍ୟୁବ୍ ଏବଂ ହଟ୍ ଡ଼ିପ୍ ଗାଲ୍ଭାନାଇଜ୍ଡ୍ ଷ୍ଟିଲ୍ ପଦାର୍ଥ ନିର୍ମାଣ
    ୬୫.୩୭ ୫୬୮
    ଜେ.ଆର୍.ଏସ୍.ଭେଞ୍ଚରସ୍ ପ୍ରା.ଲିଃ ସୋନପୁର ଜିଲ୍ଲାରେ ଏଥାନଲ୍ ପ୍ଲାଣ୍ଟ୍ ଏବଂ କୋ-ଜେନେରେସନ୍ ପାୱାର୍ ୟୁନିଟ୍
    ୧୨୧.୦୦ ୧୪୪
  • ଏସ୍.ଏନ୍.ଏମ୍. ହୋଟେଲ ଏବଂ ରିସର୍ଟସ୍ ପ୍ରା.ଲିଃ
    ଗଞ୍ଜାମ ଜିଲ୍ଲାରେ ହୋଟେଲ ଏବଂ ରିସର୍ଟ ସୁବିଧା ୮୦.୨୫ ୧୮୫
    ଦାନିଏଲି କୋରସ୍ ରିଫାକ୍ଟୋରି ସଲ୍ୟୁସନ୍ସ୍
  • ଖୋର୍ଦ୍ଧା ଜିଲ୍ଲାରେ କାର୍ବନ ଗ୍ରାଫାଇଟ୍ ବ୍ଲକ୍ କଟିଂ ମେସିନ୍ ସୁବିଧା ୫୧.୦୦ ୧୫୦
  • ଆର୍ଶିବାଦ ପାଇପସ୍ ପ୍ରା.ଲିଃ କଟକ ଜିଲ୍ଲାରେ ଏଚ୍.ଡ଼ି.ପି.ଇ ଏବଂ ପି.ଭି.ସି. ମାନୁଫାକ୍ଚରିଂ ୟୁନିଟ୍
    ୫୧.୦୦ ୧୫୦
    ସମୁଦାୟ ୪୯୩.୬୨ ୧,୩୧୭
ଉନ୍ନୟନ କମିଶନର  ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଜଳ ସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଅନୁ ଗର୍ଗ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ  ହେମନ୍ତ କୁମାର ଶର୍ମା,ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ  ସୁରେନ୍ଦ୍ର କୁମାର, ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ଶାସନ ସଚିବ  ଦେଓ ରଂଜନ କୁମାର ସିଂ, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ  ନିକୁଞ୍ଜବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଇପିକଲ୍ ପରିଚାଳନା ନିର୍ଦ୍ଦେଶକ  ଭୁପିନ୍ଦର ସିଂ ପୁନିଆଙ୍କ ସମେତ ସଂପୃକ୍ତ  ବିଭାଗର  ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ  ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 
                                                                                                                         
                         

Leave A Reply

Your email address will not be published.