୪୦୦୦ ବୁଥକୁ ପରିଚାଳନା କରିବେ ମହିଳା
ଭୁବନେଶ୍ୱର//TATKAL ODISHA//
ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ଓଡ଼ିଶା ପ୍ରସ୍ତୁତ I
ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ସ୍ୱଚ୍ଛତା, ସମ୍ପୃକ୍ତି ଓ ସୂଚନାକୁ ଅଧିକ ଫୋକସ୍ ଦିଆଯାଇଛି I ସମସ୍ତେ ଭୋଟ ଦେବାକୁ ଭୋଟ କେନ୍ଦ୍ରକୁ ଆସନ୍ତୁ । ନିର୍ବାଚନର ପର୍ବ I ଗର୍ବର ସହ ସମସ୍ତେ ନିର୍ବାଚନରେ ସାମିଲ ହେବାକୁ ଅପିଲ କଲେ ଜାତୀୟ ନିର୍ବାଚନ ଆୟୋଗ।
ତିନି ଦିନିଆ ଗସ୍ତ ଶେଷରେ ଭାରତର ମୁଖ୍ୟ ନିର୍ବାଚନ କମିଶନର ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜୀବ କୁମାର ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ କେତେକ ଜରୁରୀ ମତ ଦେଇଛନ୍ତି I
ରାଜନୈତିକ ଦଳ ଗୁଡ଼ିକ କିଛି ଦାବି କରିଛନ୍ତି..
ସରକାରୀ କଳର ସଠିକ ବ୍ୟବହାର ହେଉ, ନିର୍ବାଚନ ପ୍ରଚାରର ସମସ୍ତଙ୍କୁ ସମାନ ଅଧିକାର ମିଳୁ, ହିଂସା ରୋକାଯାଉ, ସରକାରୀ ଗାଡ଼ି ଏବଂ ଆମ୍ବୁଲାନ୍ସ ରେ ଟଙ୍କା ନେବା ଆଣିବା କରାଯାଉ ଥିବା ଅଭିଯୋଗ, ସରକାରୀ କୋଠା ରେ ମଧ୍ୟ ଟଙ୍କା ଗଛିତ ରଖା ଯାଇ ନିର୍ବାଚନ ରେ ପାର୍ଟିର ବ୍ୟବହାର ହେଉଛି, ପେଡ଼ ନିଉଜ କୁ ତର୍ଜମା କରାଯାଉ, ରାଜନୈତିକ ଦଳର ଚିହ୍ନ ସରକାରୀ ଯୋଜନାରେ ବ୍ୟବହାର ହେଉଛି ଏଭଳି କିଛି ଅଭିଯୋଗ ଆସିଛି। ଯାହାର ସମାଧାନ ହେବାର ଆବଶ୍ୟକତା ରହିଛି ।
- 24 ଜୁନ 2024 ବିଧାନସଭା
- 16 ଜୁନ 2024 ରେ ଲୋକ ସଭା ଶେଷ ହେବ
- 3 କୋଟି 32 ଲକ୍ଷ ଭୋଟ ର ରହିଛନ୍ତି ରାଜ୍ୟରେ
- ୧ କୋଟି ୬୮ ଲକ୍ଷ ପୁରୁଷ ଭୋଟର
- ୧ କୋଟି ୬୫ ଲକ୍ଷ ମହିଳା ଭୋଟର
- ବୟସ୍କ ଭୋଟର ୬ ଲକ୍ଷ ୮୦ ହଜାର
- ୧୦୦ ବର୍ଷରୁ ଉର୍ଦ୍ଧ୍ବ ଭୋଟରଙ୍କ ସଂଖ୍ୟା ୯ ହଜାର ୬୦
୧୪୭ ବିଧାନସଭା ଆସନ ରୁ ଏସଟି ଆସନ ୩୩,
ଲୋକସଭା ରେ ଏସଟି ଆସନ ୫ ଏସସି ୩
ମହିଳା ଭୋଟରଙ୍କ ସଂଖ୍ୟା ୪ ପ୍ରତିଶତ ବୃଦ୍ଧି ଘଟିଛି
ସବୁ ମତଦାନ କେନ୍ଦ୍ର ସମସ୍ତ ପ୍ରକାର ର ସୁବିଧା ବ୍ୟବସ୍ଥା କରାଯାଉଛି । ଦିବ୍ୟାଙ୍ଗ ଏବଂ ବୟସ୍କ ବ୍ୟକ୍ତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ସି ଭିଜିଲ ଆପ ଜରିଆରେ ହିଂସା, ମଦ ଓ କଳା ଟଙ୍କା କାରବାର ରୋକିବାକୁ ପଦକ୍ଷେପ ନିଆଯାଇଛି। ସାଧାରଣ ଲୋକେ ଏଥିରେ ସେମାନଙ୍କର ଅଭିଯୋଗ ରଖି ପାରିବେ । ୧୦୦ ମିନିଟ ମଧ୍ୟରେ ତାହାର ସମାଧାନ କରାଯିବ ।
ସୁବିଧା ପୋଟାଲ ଜରିଆରେ ପ୍ରଚାର ପାଇଁ ଯିଏ ପ୍ରଥମ ଅନୁମତି ତାକୁ ପ୍ରଥମେ ଅନୁମତି ମିଳିବ।
କେ୍ୱାସି ଜରିଆରେ ଆପଣ ଆପଣଙ୍କ ପ୍ରାଥିମାନଙ୍କର ସମସ୍ତ ତଥ୍ୟ ଜାଣି ପାରିବେ । ତାଙ୍କର ସମ୍ପତି ତାଲିକାଠୁ ଶିକ୍ଷା ଏବଂ ଅପରାଧୀକ କାର୍ଯ୍ୟକଳାପ ବିଷୟ ରେ ଜାଣି ପାରିବେ ସାଧାରଣ ଲୋକେ ।
୧୫ ସୀମାବର୍ତୀ ଜିଲ୍ଲାରେ ୧୫୬ ଚେକ ପୋଷ୍ଟ ରହିବ
ପୋଲିସ ୧୧୮
ଜିଏସଟି ୩୮
ସରକାରୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ନିରପେକ୍ଷ ହେବେ । ସମସ୍ତ ରାଜନୈତିକ ଦଳ ମାନଙ୍କ ପାଇଁ ସମାନ ରହିବେ । ତଳ ଠୁ ଉପର ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଙ୍କୁ କଡ଼ା ନିର୍ଦ୍ଦେଶ କୌଣସି ଦଳ ପାଇଁ ବି ପକ୍ଷପାତିତା କରି ପାରିବେ ନାହିଁ । ସମ୍ପୂର୍ଣ୍ଣ ନିରପେକ୍ଷ ରହିବେ । ନ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଇଭିଏମ ଓ ଭିଭି ପ୍ୟାଟ ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ରହିବ । ସିଲିଂ ଏବଂ ଖୋଲିବା ପ୍ରକ୍ରିୟା ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସାମ୍ନାରେ ହେବ ।
କୌଣସି ବି ସରକାରୀ ବାସଗୃହ କୁ ରାଜନୈତିକ ଦଳ ମାନଙ୍କ କାର୍ଯ୍ୟ ରେ ଲାଗି ପାରିବ ନାହିଁ ।
ଓଡିଶା ଶାନ୍ତି ପ୍ରିୟ ରାଜ୍ୟ । ତେଣୁ ଆମେ ଆଶା ରଖୁଛୁ କି ଅଧିକରୁ ଅଧିକ ଲୋକେ ଆସିବେ ଏହି ମତଦାନ ପ୍ରକ୍ରିୟାରେ ସାମିଲ ହେବେ ।
କୌଣସି ରାଜନୈତିକ ଦଳ ମାନଙ୍କ ଅଭିଯୋଗ ଉପରେ ଦୁଇ ପକ୍ଷ କୁ ଶୁଣାଯିବ । ଯଦି କୌଣସି ପାର୍ଟି ମିଛ ଅଭିଯୋଗ କରିବେ ତା ପାଇଁ
ପ୍ରାଥି ଙ୍କ ଖର୍ଚ୍ଚ ଉପରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ମାନେ ନଜର ରଖିବେ ।
73 ପ୍ରତିଶତ ମତଦାନ କୁ ବଢାଇବା ନିର୍ବାଚନ ଆୟୋଗ ସମସ୍ତ ବ୍ୟବସ୍ଥା କରିଛନ୍ତି । ମତଦାନ କେନ୍ଦ୍ର ରେ ସୁବିଧା ବଢାଇଛୁ । ଆମେ ଲୋକଙ୍କୁ ଅପିଲ କରୁଛୁ ସମସ୍ତେ ମତଦାନ ପ୍ରକ୍ରିୟା ରେ ସାମିଲ ହୁଅନ୍ତୁ ।
ସୁରକ୍ଷା ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ବ୍ୟବସ୍ଥା କରାଯିବ ।
ରାଜ୍ୟର ବୁଥ ସଂଖ୍ୟା ୩୭ ହଜାର ୮୦୯
ଗୋଟେ ବୁଥ ରେ ସର୍ବାଧିକ ୮୭୯ ଜଣ ଭୋଟ ଦେଇ ପାରିବେ
- ସହରାଞ୍ଚଳ ରେ ୪ ହଜାର ୩୪୦ ବୁଥ ରହିଛି
ଗ୍ରାମାଞ୍ଚଳରେ ୩୩ ହଜାର ୪୬୯ ବୁଥ
ୱେବ କାଷ୍ଟିଂହେବ ୨୨ ହଜାର ୬୮୫ ବୁଥ ରେ
ମଡେଲ ବୁଥ ୭୦୦ ରହିଛି
୪୦୦୦ ହଜାର ବୁଥକୁ ମହିଳାମାନେ ପରିଚାଳନା କରିବେ ।
୭୦୦ବୁଥକୁ ଯୁବକ ମାନେ ପରିଚାଳନା କରିବେ
୨୦୧୯ ସାଧାରଣ ନିର୍ବାଚନରେ ୭୩.୨୯ ପ୍ରତିଶତ ମତଦାନ ହୋଇଥିଲା । ୫୯ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜ୍ୟ ହାର ଠୁ କମ ମତଦାନ ହୋଇଥିଲା। ଲୋକସଭାରେ ୮ ନିର୍ବାଚନ ମଣ୍ଡଳୀରେ ଜାତୀୟ ହାରଠୁ କମ ମତଦାନ ହୋଇଛି । ଏହି ସବୁ ବୁଥ ରେ ଭୋଟ ହାର ବଢ଼େଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।
କୋଟିଆ ରେ ପୂର୍ବରୁ ନିର୍ବାଚନ ବେଳେ ଯେଉଁ ଭଳି ବୁଥ ନିର୍ଦ୍ଧାରିତ ହୋଇଛି ସେହି ଅନୁଯାୟୀ ନିର୍ବାଚନ ହେବ ।
ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ମତ ପ୍ରକାଶ କରିଛନ୍ତି I